ଓଡିଶା

odisha

ETV Bharat / state

ମିଳୁନି ମାଣ୍ଡିଆର ଉଚିତ୍ ମୂଲ୍ୟ, ସ୍ବେଚ୍ଛାସେବୀଙ୍କ ଉପରେ ବର୍ଷିଲେ ଚାଷୀ

ସରକାର ଟିଡିସିସି ମାଧ୍ୟମରେ ଜିଲ୍ଲାରେ ମଣ୍ଡି ଖୋଲି ଚାଷୀଙ୍କ ଠାରୁ ମାଣ୍ଡିଆ ସଂଗ୍ରହ କରିଥିଲେ କିନ୍ତୁ ବିକ୍ରି କରିବାର ଦେଢମାସରୁ ଊର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ବିକ୍ରି କରିଥିବା ମାଣ୍ଡିଆର ପଇସା ମିଳିନି । ଅଧିକ ପଢନ୍ତୁ...

By

Published : May 1, 2021, 9:21 AM IST

Updated : May 1, 2021, 9:39 AM IST

ସ୍ବେଚ୍ଛାସେବୀଙ୍କ ଉପରେ ବର୍ଷୁଛନ୍ତି ଚାଷୀ
ସ୍ବେଚ୍ଛାସେବୀଙ୍କ ଉପରେ ବର୍ଷୁଛନ୍ତି ଚାଷୀ

କୋରାପୁଟ:ସରକାର ଟିଡିସିସି ମାଧ୍ୟମରେ ଜିଲ୍ଲାରେ ମଣ୍ଡି ଖୋଲି ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ କରିଥିଲେ କିନ୍ତୁ ବିକ୍ରି କରିବାର ଦେଢମାସରୁ ଊର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ବିକ୍ରି କରିଥିବା ମାଣ୍ଡିଆର ପଇସା ନ ମିଳିବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବର୍ତ୍ତମାନ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଚାଷୀମାନେ ମାଣ୍ଡିଆ ମଣ୍ଡିରେ ବିକ୍ରି କରିବା ପାଇଁ ଓଡିଶା ମିଲେଟ ମିସନର ସଦସ୍ୟ ଭାବେ ସେମାନଙ୍କୁ ପ୍ରୋତ୍ସାହିତ କରିଥିବା ସ୍ବେଛାସେବୀ ସଂସ୍ଥା ଗୁଡିକୁ ଦାୟୀ କରୁଛନ୍ତି ।

ମିଳୁନି ମାଣ୍ଡିଆର ଉଚିତ୍ ମୂଲ୍ୟ, ସ୍ବେଚ୍ଛାସେବୀଙ୍କ ଉପରେ ବର୍ଷିଲେ ଚାଷୀ

ସେପଟେ ସ୍ବେଛାସେବୀ ସଂଗଠନ ସେମାନଙ୍କ ଅଞ୍ଚଳରେ କାମ କରିବାକୁ ଗଲାବେଳେ ଚାଷୀଙ୍କ ଦୁଃଖ ଭରା ପ୍ରଶ୍ନର ସାମ୍ନା କରିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ସ୍ବେଛାସେବୀ ଚନ୍ଦନ ତ୍ରିପାଠୀ । ଜିଲ୍ଲାରେ 369 ଜଣ ଚାଷୀ ମଣ୍ଡି ବନ୍ଦ ହେବାର ନିର୍ଦ୍ଦେଶ ଆସିବାର ବହୁଦିନ ପୂର୍ବରୁ ଜିଲ୍ଲାର ବିଭିନ୍ନ ମଣ୍ଡିରେ 4513.51 କ୍ଵିଣ୍ଟାଲ ମାଣ୍ଡିଆ ବିକ୍ରି କରିସାରିଥିଲେ ହେଁ ଏ ପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ପାଇନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଏଥି ସହିତ ମାର୍ଚ୍ଚ ମାସ 1 ତାରିଖରେ ମଣ୍ଡି ବନ୍ଦ ହେବାର ଘୋଷଣା କରିବା ସମୟରେ ମଣ୍ଡି ଗୁଡିକରେ ପଡିରହିଥିବା 313 ଜଣ ଚାଷୀଙ୍କ 2795.77 କ୍ଵିଣ୍ଟାଲ ମାଣ୍ଡିଆ ଏ ପର୍ଯ୍ୟନ୍ତ ବର୍ଷା ପାଣି ଖାଇ ପଡିରହିଛି । ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି । ଚାଷୀଙ୍କ ମାଣ୍ଡିଆର ମୂଲ୍ୟ ଶୀଘ୍ର ପ୍ରଦାନ କରିବା ସହ ସ୍ବେଚ୍ଛାସେବୀ ସଂଗଠନ ଗୁଡିକୁ ଚାଷୀଙ୍କ କ୍ରୋଧର ଶିକାର ହେବାରୁ ରକ୍ଷା କରିବା ପାଇଁ ସେମାନେ ପ୍ରଶାସନ ପାଖରେ ଗୁହାରି କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : May 1, 2021, 9:39 AM IST

ABOUT THE AUTHOR

...view details