ଓଡିଶା

odisha

By

Published : Mar 30, 2020, 4:24 PM IST

ETV Bharat / state

ଲକଡାଉନ: ପରସ୍ପରକୁ ସହଯୋଗ କରି ଚାରିକାନ୍ଥରେ ସମୟ କାଟୁଛନ୍ତି ପରିବାରବର୍ଗ

ସାରା ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏହି ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗତ ମଙ୍ଗଳବାର ମଧ୍ୟରାତ୍ରିରୁ ସାରା ଦେଶକୁ 21ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଦିନତମାମ ଚାରିକାନ୍ଥ ଭିତରେ କିଭଳି ଲୋକଙ୍କ ସମୟ ବିତୁଛି ତାହା ଜାଣିବାକୁ ଆମ ସମ୍ବାଦଦାତା ପହଞ୍ଚିଥିଲେ କୋରାପୁଟର ଜନୈକ ସ୍ବେଚ୍ଛାସେବୀ ସୁରେନ୍ଦ୍ର କରଣଙ୍କ ଘରେ ।

Families are spending time around each other helping each other
ଲକଡାଉନ: ପରସ୍ପରକୁ ସହଯୋଗ କରି ଚାରିକାନ୍ଥରେ ସମୟ କାଟୁଛନ୍ତି ପରିବାରବର୍ଗ

କୋରାପୁଟ: ସାରା ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏହି ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗତ ମଙ୍ଗଳବାର ମଧ୍ୟରାତ୍ରିରୁ ସାରା ଦେଶକୁ 21ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଫଳରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡିଛି । ପରିବାରର ପ୍ରତ୍ୟେକ ସଦସ୍ୟ ଘରେ ସମୟ ଅତିବାହିତ କରୁଥିବା ବେଳେ ଦିନତମାମ ଚାରିକାନ୍ଥ ଭିତରେ କିଭଳି ସେମାନଙ୍କ ସମୟ ବିତୁଛି ତାହା ଜାଣିବାକୁ ଆମ ସମ୍ବାଦଦାତା ପହଞ୍ଚିଥିଲେ କୋରାପୁଟର ଜନୈକ ସ୍ବେଚ୍ଛାସେବୀ ସୁରେନ୍ଦ୍ର କରଣଙ୍କ ଘରେ ।

ଲକଡାଉନ: ପରସ୍ପରକୁ ସହଯୋଗ କରି ଚାରିକାନ୍ଥରେ ସମୟ କାଟୁଛନ୍ତି ପରିବାରବର୍ଗ

ଘରେ ପ୍ରବେଶ କରିବା ସମୟରେ ପ୍ରଥମେ ନଜରକୁ ଆସିଥିଲେ ସୁରେନ୍ଦ୍ରଙ୍କ ଝିଅ ଶ୍ରାବଣୀ । ସେ ଚିତ୍ରାଙ୍କନ କରୁଥିବା ବେଳେ ବାପାମା' ସେମାନଙ୍କ କାର୍ଯ୍ୟରେ ଲାଗି ପଡିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପରେ 3 ଜଣ ନିଜ ନିଜ କାମ ସାରି ଏକାଠି କ୍ୟାରେମ ଖେଳିବାକୁ ବସି ପଡିଥିଲେ । ଏହି ଖେଳ ସମୟରେ ବିଗତ 6 ଦିନ ଲକଡାଉନ ଭିତରେ ତାଙ୍କ ଝିଅ ଶ୍ରାବଣୀ ଅନେକ ଚିତ୍ର ଆଙ୍କି ସାରିଥିବା ନେଇ ସେ ସୂଚନା ଦେଇଥିଲେ । ଉକ୍ତ ଚିତ୍ର ଗୁଡିକ ମଧ୍ୟରେ ଶ୍ରାବଣୀ କୋରୋନାକୁ ନେଇ ଆଙ୍କିଥିବା ଚିତ୍ରଟି ବେଶ ଆକର୍ଷଣୀୟ ଥିଲା । ମାଇକ୍ରୋ ବାୟୋଲୋଜିରେ ପିଜି କରୁଥିବା ଶ୍ରାବଣୀ ଗତବର୍ଷ କୋରୋନା ସମ୍ପର୍କରେ ନିଜ ନିବନ୍ଧ ଉପସ୍ଥାପନ କରି ମହାବିଦ୍ୟାଳୟରେ ପ୍ରଶଂସିତ ହୋଇଥିଲେ ।

ବର୍ତ୍ତମାନ ତାଲାବନ୍ଦ ଯୋଗୁଁ ସବୁ ବନ୍ଦ ଥିବା ବେଳେ ବାହାର ଦୁନିଆରୁ ଭିନ୍ନ ହୋଇ ଘର ଭିତରେ ନିଜକୁ ଆବଦ୍ଧ କରି ରଖିଥିବା ଏହି ପରିବାର ପରସ୍ପରକୁ ସେମାନଙ୍କ ଦକ୍ଷତା ଓ ଆଗ୍ରହକୁ ସାମୂହିକ ସହଯୋଗ ଦେଇ ଏକ ଅପୂର୍ଵ ଆନନ୍ଦ ଲାଭ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details