ଓଡିଶା

odisha

ETV Bharat / state

ଠକାମିର ନୂଆ ଫର୍ମୁଲା, ନକଲି TTE ସାଜି ଯାତ୍ରୀଙ୍କଠୁ ଲୁଟ୍

ନିଜକୁ ଟିଟିଇ ପରିଚୟ ଦେଇ ରେଳଯାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବାବେଳେ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲାର ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏହି ନକଲି ଟିଟିିଇ ଜଣଙ୍କ ଟିକେଟ ନକରି ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କଠାରୁ ଅର୍ଥ ଆଦାୟ କରୁଥିବା ଜଣାପଡିଛି।

ଠକଙ୍କ ଟାର୍ଗେଟରେ ଟ୍ରେନ ଯାତ୍ରୀ
ଠକଙ୍କ ଟାର୍ଗେଟରେ ଟ୍ରେନ ଯାତ୍ରୀ

By

Published : Jun 22, 2023, 10:09 PM IST

ଠକଙ୍କ ଟାର୍ଗେଟରେ ଟ୍ରେନ ଯାତ୍ରୀ

କୋରାପୁଟ:ଠକଙ୍କ ଟାର୍ଗେଟରେ ଏବେ ଟ୍ରେନ ଯାତ୍ରୀ । ନିଜକୁ ଟିଟିଇ ପରିଚୟ ଦେଇ ରେଳଯାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବାବେଳେ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲାର ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ନକଲି ଟିଟିଇ ଜଣକ ଛତିଶଗଡର ଦରଭା ଥାନା କୟାପଲ ଗ୍ରାମର ବୁଦୁରି ନାଗ ବୋଲି ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଆରପି ପୋଲିସ ସବ ଇନସପେକ୍ଟର ବିମଳ ଭୋଇ । ତେବେ ପାସେଞ୍ଜର ଟ୍ରେନ ଗୁଡିକ ଠକଙ୍କ ଟାର୍ଗେଟରେ ରହିଥିବା ଅଭିଯୋଗ ହୋଇଛି ।

ରାୟଗଡା ଓ କୋରାପୁଟ ମଧ୍ୟରେ ଥିବା ରେଳ ଲାଇନଟି ଅତ୍ୟନ୍ତ ନିଛାଟିଆ ଅଞ୍ଚଳ ଦେଇ ଗତି କରୁଛି । ତେବେ ଦ୍ରୁତଗାମୀ ଟ୍ରେନ ଗୁଡିକ ପ୍ରତିଟି ଷ୍ଟେସନରେ ଅଟକୁ ନଥିବା ଯୋଗୁ ଏହି ଗାଡି ଗୁଡିକରେ ଯାତ୍ରୀ ଅଧିକ ଅସୁରକ୍ଷିତ ମଣୁଛନ୍ତି । ଏଥି ସହିତ ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଡିଏମୟୁ ପାସେଞ୍ଜର ଟ୍ରେନରେ ସ୍ଲିପର ବଗି ରହୁନଥିବା ଯୋଗୁ ଏଥିରେ ଟିଟିଇ ବା ରେଳ ବିଭାଗ ପୋଲିସ ରହୁନାହାନ୍ତି । ଫଳରେ କିଛି ଯାତ୍ରୀ ଟିକେଟ ନକରି ଗୋଟିଏ ବା ୨ଟା ଷ୍ଟେସନ ପରେ ଓହ୍ଲାଇ ପଡୁଛନ୍ତି । ଏପରି ସ୍ଥଳେ ଟିକେଟ ନକରି ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କୁ ଏହି ନକଲି ଟିଟିଇ ଟାର୍ଗେଟ କରୁଥିବା ଜଣାପଡିଛି ।

ଟିକେଟ କରିନଥିବା ଯାତ୍ରୀମାନଙ୍କୁ ଡରାଇ ଧମକାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି ନକଲି ଟିଟିଇ । ଏଭଳି ଘଟଣା ଲୋକ ଲୋଚନକୁ ଆଣିଛି ଲକ୍ଷ୍ମୀପୁର ଆରପିଏଫ । ଲକ୍ଷ୍ମୀପୁର ଷ୍ଟେସନରେ ବିଶାଖାପାଟଣା - କୋରାପୁଟ ଡିଏମୟୁ ଟ୍ରେନରେ ସନ୍ଦେହଜନକ ଅବସ୍ଥାରେ ଯାତ୍ରୀଙ୍କ ଟିକେଟ ଯାଞ୍ଚ କରୁଥିବାବେଳେ ଅଭିଯୁକ୍ତକୁ କାବୁ କରିଛି ଆରପିଏଫ । ତେବେ ଯାଞ୍ଚ କରିବାରୁ ସେ ଜଣେ ଠକ ଓ ଟଙ୍କା ଆଦାୟ କରିବା ଲକ୍ଷରେ ନକଲି ଟିଟି ବେଶରେ ଟ୍ରେନରେ ଯାତ୍ରା କରୁଥୁବା ଜଣାପଡିଥିଲା ।

ଗିରଫ ପରେ କୋରାପୁଟ ଜିଆରପିକୁ ହସ୍ତାନ୍ତର କରିଥିଲା ଆରପିଏଫ । କୋରାପୁଟ ଜିଆରପି ପୋଲିସ ନକଲି ଟିଟିଇକୁ ଗିରଫ କରିତଦନ୍ତ ଜାରି ରଖିଥିବା ଜଣାଇଛି । କୋରାପୁଟ -ରାୟଗଡା ରେଳପଥର ରାଉଳି ଷ୍ଟେସନରୁ ଚଢି ବିନା ଟିକେଟରେ ଯାତ୍ରା କରୁଥୁବା ଲୋକଙ୍କଠାରୁ ସେ ଟଙ୍କା ଆଦାୟ କରିଥିବା ପୋଲିସ ଜାଣିବାକୁ ପାଇଛି । ତେବେ ରାୟଗଡା ଓ କୋରାପୁଟ ମଧ୍ୟରେ ଚଳାଚଳ କରୁଥିବା ରେଳ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ସଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details