କୋରାପୁଟ:ଏବେ ଖୋଲିବନି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର । ଶ୍ରାବଣ ମାସରେ ଶୈବ ପୀଠ ଗୁପ୍ତେଶ୍ଵରରେ ରାଜ୍ୟ ତଥା ରାଜ୍ୟ ବାହାରର କାଉଡିଆ ଭକ୍ତ ମାନେ ଜଳ ଲାଗି କରିବାକୁ ଏଠାରେ ପ୍ରବଳ ମାତ୍ରାରେ ଭିଡ ଜମାଇଥାନ୍ତି । ଏନେଇ ଗତକାଲି (ମଙ୍ଗଳବାର) ଜିଲ୍ଲାର ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନର ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ ବିଶେଷ କରି ଶ୍ରାବଣ ମାସରେ ଓଡିଶା, ଛତିଶଗଡ ସମେତ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ପାଇଁ ଏହାକୁ ଶ୍ରାବଣ ମାସ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ ଭାବେ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଥିବା ନେଇ ଜିଲ୍ଲାପାଳ ଅବଦଲ ଅଖତର ସୂଚନା ପ୍ରଦାନ କରିଛନ୍ତି ।