କୋରାପୁଟ: ସ୍ବାଧୀନତା ପରଠୁ ଏହି ଗାଁରେ ନାହିଁ ବିଦ୍ୟୁତ । କୋରାପୁଟ ଜିଲ୍ଲା ମହାଦେଇପୁଟ ବ୍ଲକ ଅନ୍ତର୍ଗତ ଲାଲଗୁଡା ଗ୍ରାମରେ ରୁହନ୍ତି 30 ପରିବାର । ଏହି ଗାଁର ଲୋକେ ଅନ୍ଧାରରେ ରାତି ବିତାନ୍ତି । ଗରିବଙ୍କ ପାଇଁ ସରକାର ମାଳମାଳ ଯୋଜନା କରିଛନ୍ତି ସତ ହେଲେ ସରକାରଙ୍କ ନଜରରେ ଆସୁନି ଏହି ଲାଲଗୁଡାର ସମସ୍ୟା । ଏନେଇ ଆମ 'ଇଟିଭି ଭାରତ'ର ପ୍ରତିନିଧି ଲାଲଗୁଡା ପହଞ୍ଚି ବାର୍ତ୍ତା ପ୍ରାସାରିତ କରିଥିଲା । ଆଉ ଯାହାର ପ୍ରଭାବରେ ଗାଁ ଲୋକଙ୍କୁ ମିଳିଛି ଆଲୋକ ।
ଲାଲଗୁଡାର ଅସୁବିଧା ସମ୍ପର୍କରେ ଇଟିଭି ଭାରତ ଦ୍ବାରା ବାର୍ତ୍ତା ପ୍ରସାରିତ ହେବା ପରେ କୋରାପୁଟ ବନବିଭାଗ ଏହାକୁ ଗମ୍ଭୀର ସହ ଚିନ୍ତା କରିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଲାଲଗୁଡାର ଘରେ ଘରେ ଉନ୍ନତ ମାନର ସୌରାବତୀ ପ୍ରଦାନ କରିଛନ୍ତି ବନବିଭାଗ । ବନବିଭାଗର ରେଞ୍ଜର ସୁବାଷ ଖୁଣ୍ଟିଆଙ୍କ କହିବା ଅନୁଯାୟୀ ସେ ଏହି ଖବରକୁ ଦେଖିବା ପରେ ମୁଖ୍ୟସ୍ରୋତରୁ ଦୂରରେ ରହିଯାଇଥିବା ଏହି ପରିବାର ଗୁଡିକୁ କିଛି ମାତ୍ରାରେ ସହାୟତା ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଥିଲେ ।