କୋରାପୁଟ: ଶାରୀରିକ ଓ ମାନସିକ ଭାବେ ଅନଗ୍ରସର ଥିବା ଦିବ୍ୟାଙ୍ଗ ପିଲାଙ୍କ ପାଇଁ କୋରାପୁଟେର ଦ୍ଵିତୀୟ ଆବାସିକ ପୁନର୍ବାସ କେନ୍ଦ୍ର ବୈପାରିଗୁଡା ଠାରେ ପ୍ରତିଷ୍ଠା ହୋଇଯାଇଛି । ଶାରୀରିକ ଭାବେ ଚାଲିବୁଲି ପାରୁନଥିବା ପିଲାଙ୍କ ସମେତ ମାନସିକ ସନ୍ତୁଳନ ହରାଇଥିବା ପିଲାଙ୍କୁ ଏହି କେନ୍ଦ୍ରରେ ସେମାନଙ୍କ ଅନ୍ତର୍ନିହିତ ସମ୍ଭାବନାକୁ ଉଜ୍ଜୀବିତ କରିବା ପାଇଁ ପ୍ରେରଣା ଯୋଗାଇ ଦିଆଯିବ । ସାଧାରଣ ଶିଶୁଙ୍କ ଭଳି ଚଳପ୍ରଚଳ ହେବା ପାଇଁ ସେମାନେ ଆବଶ୍ୟକ କରୁଥିବା କୌଶଳର ତାଲିମ ଦେବାର ବ୍ୟବସ୍ଥା କରାଯାଇଛି । ଏଥିସହ ଆଦୌ ଏହି କେନ୍ଦ୍ରକୁ ଆସିପାରୁନଥିବା ଶିଶୁଙ୍କୁ ଘରୋଇ ଚିକିତ୍ସା, ତାଲିମ ତଥା ସହଯୋଗ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟ ସମ୍ପାଦିତ କରିବା ପାଇଁ ସଂସ୍ଥା ତରଫରୁ ତାଲିମ ପ୍ରାପ୍ତ ବିଶେଷଜ୍ଞଙ୍କ ଓ ଦିବ୍ୟାଙ୍ଗ ଶିଶୁମାନଙ୍କ ପରିବାର ସହ ସମ୍ପର୍କ ସ୍ଥାପନା କରି ସମୟୋଚିତ ସେବା ଯୋଗାଇ ଦିଆ ଯୋଉଥିବା ଏକତାର ସମ୍ପାଦକ କହିଛନ୍ତି ।
ଏକତା ଦ୍ବାରା ଭିନ୍ନଷମଙ୍କ ନିମନ୍ତେ ଥଇଥାନ ଓ ଫିଜିଓ ଥେରାପି କେନ୍ଦ୍ର ଉଦଘାଟନ କରାଯାଇଛି । ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଭିନ୍ନଷମ ପିଲା ରହିବା ସହିତ ଫିଜିଓ ଥେରାପିଙ୍କ ଚିକିତ୍ସା ପାଇ ପାରିବେ । ଦୁରୁଗୁଡା ଠାରେ ଏକତା ସଂଗଠନ ଦ୍ବାରା ପ୍ରତିଷ୍ଠିତ ଭିନ୍ନକ୍ଷମ ପୁନର୍ବାସ ଆବାସିକ କେନ୍ଦ୍ରରେ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଦିବ୍ୟାଙ୍ଗ ଶିଶୁଙ୍କୁ ସଫଳତାର ସହ ସେବା ଯୋଗାଇବା ଦିଆଯାଇଥିବା ଏକତାର ସମ୍ପାଦକ କହିଛନ୍ତି ।