ଓଡିଶା

odisha

By

Published : Oct 11, 2021, 9:07 PM IST

ETV Bharat / state

ଶାବର ଶ୍ରୀକ୍ଷେତ୍ର ପରିଚାଳନା ଦାୟିତ୍ବ ନେବ ଦେବୋତ୍ତର ବିଭାଗ, ଲାଗିଲା ନୋଟିସ

ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ପରିଚାଳନା ବ୍ୟବସ୍ଥା ପରିବର୍ତ୍ତନ ହେବ । ପରିଚାଳନା ଦାୟିତ୍ବ ନେବ ଦେବୋତ୍ତର ବିଭାଗ । ଗଠନ ହୋଇଛି ସାତ ଜଣିଆ କମିଟି । ଅଧିକ ପଢନ୍ତୁ...

endowment to take over management of sabara srikhetra jagannath temple koraput
ଶାବର ଶ୍ରୀକ୍ଷେତ୍ର ପରିଚାଳନ ଦାୟିତ୍ବ ନେବ ଦେବତ୍ତୋର ବିଭାଗ, ଲାଗିଲା ନୋଟିସ

କୋରାପୁଟ:ଶାବର ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିରରେ ଲାଗିଲା ନୋଟିସ । ପରିଚାଳନା ଦାୟିତ୍ବ ନେବ ଦେବୋତ୍ତର ବିଭାଗ। ଏ ନେଇ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ତଥା ପୂର୍ବତନ ପ୍ରଶାସକ ଗଦାଧର ପରିଡା କହିଛନ୍ତି ।

ଶାବର ଶ୍ରୀକ୍ଷେତ୍ର ପରିଚାଳନ ଦାୟିତ୍ବ ନେବ ଦେବତ୍ତୋର ବିଭାଗ, ଲାଗିଲା ନୋଟିସ

ଦେବୋତ୍ତର ବିଭାଗ ହାତକୁ ଯିବ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ବ । ଏ ନେଇ ବ୍ରହ୍ମପୁରସ୍ଥିତ ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ମନ୍ଦିରରେ ନୋଟିସ ଲାଗିଛି । ଏହାସହ ସାତ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ବର୍ତମାନର ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗଦାଧର ପରିଡା, ସହସମ୍ପାଦକ ଜଗବନ୍ଧୁ ସାମଲ ଓ କୋଷାଧ୍ୟକ୍ଷ ସୁଧାକର ପଟ୍ଟନାୟକଙ୍କୁ ସେମାନଙ୍କ ବ୍ୟକ୍ତିଗତ ଆଧାରରେ ସାମିଲ କରାଯାଇଥିବାବେଳେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ , ଅତିରିକ୍ତ ତହସିଲଦାର , ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଜିଲ୍ଲାର ବରିଷ୍ଠ ଆଇନଜୀବୀ ତେଡା ନାରାୟଣ ମୂର୍ତିଙ୍କୁ ସଦସ୍ୟ ଭାବେ ନିଆଯାଇଛି । ସାଧାରଣ ଜନତାଙ୍କ ଦ୍ବାରା ଆସନ୍ତା 30 ଦିନ ମଧ୍ୟରେ ଏହି ପ୍ରସ୍ତାବିତ କମିଟିକୁ ନେଇ ଯଦି କିଛି ଅଭିଯୋଗ ଦିଆଯାଏ ତେବେ ତାର ଶୁଣାଣି କରାଯିବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମନ୍ଦିରର ସମ୍ପାଦକ କହିଛନ୍ତି ।

ଶାବର ଶ୍ରୀକ୍ଷେତ୍ର ପରିଚାଳନ ଦାୟିତ୍ବ ନେବ ଦେବତ୍ତୋର ବିଭାଗ, ଲାଗିଲା ନୋଟିସ

ତେବେ ଦେବୋତ୍ତର ନୀତି ଲାଗୁ ହେଲା ପରେ ବର୍ତମାନ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଚାଲି ଆସିଥିବା ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟରେ ପରିଚାଳନା କରାଯାଇଛି। ବର୍ତ୍ତମାନ ତାହା ହିନ୍ଦୁରୀତିନୀତିର ଆଇନ ଅନୁସାରେ ଏଣ୍ଡାଓମେଣ୍ଟ ଆକ୍ଟରେ ପରିଚାଳିତ ହେବ ବୋଲି ପରିଡା ସ୍ପଷ୍ଟ କରିଛନ୍ତି । ତେଣୁ ଭବିଷ୍ୟତରେ ମନ୍ଦିରର ସମ୍ପାଦକ ଓ ସଭାପତି ହେବା ପାଇଁ ଆଶା କରିଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଏହି ବିଜ୍ଞପ୍ତି ନିରାଶ ହୋଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details