ଓଡିଶା

odisha

ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋ କର୍ମଚାରୀଙ୍କ ରାସ୍ତା ଅବରୋଧ - ନାଲକୋ କର୍ମଚାରୀଙ୍କ ରାସ୍ତାରୋକ

ଗତ 7ବର୍ଷ ଧରି ନାଲକୋରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ 3 ଜଣ ବ୍ୟକ୍ତି ସେମାନଙ୍କ ଚାକିରୀକୁ ସ୍ଥାୟୀ କରିବା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ।

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋ କର୍ମଚାରୀଙ୍କ ରାସ୍ତା ଅବରୋଧ

By

Published : Oct 28, 2019, 10:12 AM IST

କୋରାପୁଟ: ଠିକା କର୍ମଚାରୀଙ୍କ ଚାକିରୀକୁ ସ୍ଥାୟୀ କରିବା ଦାବିରେ ହୋଇଛି ରାସ୍ତା ଅବରୋଧ । ସୋମବାର ସକାଳେ ସମର୍ଥକଙ୍କ ସହଯୋଗରେ ହୋଇଥିବା ଏହି ରାସ୍ତା ଅବରୋଧରେ ନାଲକୋ ଖଣି ଅଞ୍ଚଳକୁ କର୍ମଚାରୀ ଓ ଯାନବାହନ ଯିବା ଆସିବାରେ ବ୍ୟାଘାତ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ ଗତ 7ବର୍ଷ ଧରି ନାଲକୋରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ 3 ଜଣ ବ୍ୟକ୍ତି ସେମାନଙ୍କ ଚାକିରୀକୁ ସ୍ଥାୟୀ କରିବା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ଏନେଇ ସୋମବାର ନିଜ ସମର୍ଥକଙ୍କ ସହଯୋଗରେ ଦାମନଯୋଡିର ଅଁଳାବାଡି କଲୋନୀଠାରେ କର୍ମଚାରୀମାନେ ରାସ୍ତା ଅବରୋଧ କରିଛନ୍ତି ।

କୋରାପୁଟରୁ ସି.ଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details