ଓଡିଶା

odisha

ETV Bharat / state

ଆଦିବାସୀ ସଂସ୍କୃତି ମୂଳ ଧାରାରୁ ଦୂରେଇ ଯାଉଛି: ଗିରିଜା ଚୌଧୁରୀ - ନାଟ୍ୟକାର ଗିରିଜା ଚୌଧୁରୀ

ଆଦିବାସୀ ସଂସ୍କୃତି ମୂଳ ଧାରାରୁ ଧିରେ ଧୀରେ ଦୂରେଇ ଯାଉଥିବା ଅଭିଯୋଗ କରିଛନ୍ତି ବିଶିଷ୍ଟ ନାଟ୍ୟକାର ଗିରିଜା ଚୌଧୁରୀ । ଅନ୍ୟପଟେ ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କରାଇବା ଦିଗରେ ସରକାରଙ୍କ ସହାୟତା ଲୋଡ଼ିଛନ୍ତି କୋରାପୁଟ ଜିଲ୍ଲା ଆଦିବାସୀ ସଙ୍ଘର ସଂଯୋଜକ । ଅଧିକ ପଢ଼ନ୍ତୁ

ଆଦିବାସୀ ସଂସ୍କୃତି ମୂଳ ଧାରାରୁ ଦୂରେଇ ଯାଉଛି: ଗିରିଜା ଚୌଧୁରୀ
ଆଦିବାସୀ ସଂସ୍କୃତି ମୂଳ ଧାରାରୁ ଦୂରେଇ ଯାଉଛି: ଗିରିଜା ଚୌଧୁରୀ

By

Published : Aug 10, 2022, 12:46 PM IST

କୋରାପୁଟ: ଆଧୁନିକତାର ଆକର୍ଷଣରେ ମଳିନ ପଡୁଛି ଆଦିବାସୀ ଜନଜାତିର ମୂଳ ସଂସ୍କୃତି । ଅନ୍ତର୍ଜାତୀୟ ଜନଜାତି ଦିବସରେ ଗବେଷକମାନଙ୍କ କ୍ଷୋଭ । ଆଧୁନିକ ସମାଜ ସମାଜର ପ୍ରୋତ୍ସାହନରେ ଆଦିବାସୀ ସଂସ୍କୃତି ମୂଳ ଧାରାରୁ ଧିରେ ଧୀରେ ଦୂରେଇ ଯାଉଥିବା କହିଛନ୍ତି ବିଶିଷ୍ଟ ନାଟ୍ୟକାର ଗିରିଜା ଚୌଧୁରୀ । ଏହାର ସଂରକ୍ଷଣ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି କୋରାପୁଟ ଜିଲ୍ଲା ଆଦିବାସୀ ସଙ୍ଘର ସଂଯୋଜକ ଶିବ ମୁଦୁଲି ।

ମଙ୍ଗଳବାର ଥିଲା ଅନ୍ତର୍ଜାତୀୟ ଜନଜାତି ଦିବସ । ସାରା ବିଶ୍ବରେ ଆଦିବାସୀମାନଙ୍କ ପାଇଁ ଦିନଟିଏ । ତେବେ ଏଭଳି ଦିନରେ ଆଦିବାସୀଙ୍କୁ ନେଇ ଗବେଷଣା କରିଥିବା ଅନେକ ଗବେଷକ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଲକ୍ଷ୍ମୀପୁର ଅଞ୍ଚଳର କନ୍ଧ ଆଦିବାସୀଙ୍କୁ ନେଇ ଗବେଷଣା କରି ସେମାନଙ୍କ ସାଂସ୍କୃତିକ ଜୀବନ ସମ୍ପର୍କରେ ଅନେକ ନାଟକ ରଚନା ଓ ନିର୍ଦ୍ଦେଶନା ଦେଇଥିବା ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଗିରିଜା ଚୌଧୁରୀ କହିଛନ୍ତି, "ନୃତ୍ୟ, ସଙ୍ଗୀତ ଓ ନାଟକ ଆଦିବାସୀ ଜୀବନର ଏକ ଧାରା ଭାବେ ପ୍ରବାହିତ ହୋଇଥାଏ । ଏହା କୌଣସି ମଞ୍ଚରେ ପରିବେଷଣ ପାଇଁ ଉଦ୍ଦିଷ୍ଟ ନୁହେଁ । କିନ୍ତୁ ସେଗୁଡ଼ିକୁ ଦର୍ଶକ କୈନ୍ଦ୍ରିକ ଭାବେ ପରିବେଷଣ କରାଇବା ଦିଗରେ ଆଧୁନିକ ସମାଜ ପ୍ରୋତ୍ସାହିତ କରୁଛି ।"

ଆଦିବାସୀ ସଂସ୍କୃତି ମୂଳ ଧାରାରୁ ଦୂରେଇ ଯାଉଛି: ଗିରିଜା ଚୌଧୁରୀ

ସେହିଭଳି କୋରାପୁଟ ଜିଲ୍ଲା ଆଦିବାସୀ ସଙ୍ଘର ସଂଯୋଜକ ଶିବ ମୁଦୁଲି କହିଛନ୍ତି "ଆଦିବାସୀଙ୍କର ବିଭିନ୍ନ ପର୍ବ ବିଷୟରେ ବିଭିନ୍ନ କ୍ୟାଲେଣ୍ଡରରେ ସୂଚାଇ ଦିଆଗଲେ ପର୍ଯ୍ୟଟକମାନେ ମଧ୍ୟ ପର୍ବପର୍ବାଣୀ ସମୟରେ ଆସି ଉପଭୋଗ କରି ପାରିବେ । ଆଦିବାସୀ ନୃତ୍ୟ, ସଙ୍ଗୀତ, ନାଟ ପରମ୍ପରାକୁ ପୁନର୍ଜୀବିତ କରାଇବା ଦିଗରେ ସରକାରଙ୍କ ସହାୟତା ଆବଶ୍ୟକ ।" ଆଦିବାସୀ ମୂଳ ଧାରାର ସଂରକ୍ଷଣ କରିବା ପାଇଁ ସରକାରଙ୍କୁ ଆଗେଇ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details