ଓଡିଶା

odisha

ETV Bharat / state

କୋରାପୁଟ ସିୟୁ ପରିସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଉଦଘାଟିତ - koraput

ସେଣ୍ଟ୍ରାଲ ୟୁନିଭରସିଟି ପରିସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଉଦଘାଟିତ। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

EK bharat S resth bharat programme
‘ଏକ ଭାରତ ଶ୍ରେଷ୍ଟ ଭାରତ’ କାର୍ଯ୍ୟକ୍ରମ ଉଦଘାଟିତ

By

Published : Feb 4, 2020, 11:55 PM IST

କୋରାପୁଟ: ସ୍ଥାନୀୟ ସେଣ୍ଟ୍ରାଲ ୟୁନିଭରସିଟିରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଦିବସ ପାଳନ ହେଉଛି । ସୁନାବେଡା କ୍ୟାମ୍ପସରେ ଆଜି ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ସୂଚନା ରହିଛି ।

ଏହି କାର୍ଯ୍ୟକ୍ରମରେ ଆଜି 56 ଜଣ ସାମିଲ ହୋଇଥିବା ବେଳେ ମହାତ୍ମା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ହିନ୍ଦି ବିଶ୍ବିବିଦ୍ୟାଳୟ ମହାରାଷ୍ଟ୍ରର ସଦସ୍ୟ ମଧ୍ୟ କ୍ୟାମ୍ପସରେ ପହଞ୍ଚିଛନ୍ତି । ବିଶ୍ବ ବିଦ୍ୟାଳୟ ଅଧ୍ୟକ୍ଷ ଭାରତର ଭିନ୍ନ ସଂସ୍କୃତି ଏବଂ ଭାଇଚାରାର ନିଦର୍ଶନ ନେଇ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହାରାଷ୍ଟ୍ରର ଲୋକେ ନିଜର ସଂସ୍କୃତିକୁ ଆମ ସହ ପରିଚିତ କରାଇବା ସହ ଓଡିଶାର ପ୍ରଥା ଓ ସଂସ୍କୃତି ବିଷୟରେ ଅବଗତ ହେବେ ।

କାର୍ଯ୍ୟକ୍ରମରେ ସାମିଲ ଥିବା ପ୍ରଫେସର ମୀନା ଓଡିଶାର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସଂସ୍କୃତି ବିଷୟରେ କହିଥିଲେ । ପ୍ରଫେସର ଦାସ ଓଡିଶା ସମେତ ମହାରାଷ୍ଟ୍ରର ସଂସ୍କୃତି ବିଷୟରେ ମତ ରଖିଥିଲେ । ମଞ୍ଚରେ ବନସ୍ତେ ଡାକିଲା ଗଜ ଗୀତରେ ନୃତ୍ୟ ପରିବେଷଣ ସହ ଦଣ୍ଡନାଚ, ତଅପୋଇ, ସାବିତ୍ରୀ ବ୍ରତ ଆଦି ଉପସ୍ଥାପନ କରିଥିଲେ ଛାତ୍ରୀ।

ଏହି ଚାରି ଦିନ ଭିତରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେବାର ରହିଛି ଯୋଜନା । କ୍ୟାମ୍ପସ ଭିଜିଟ,ଓଡିଆ ଭାଷା, ଫିଲ୍ମ ଏବଂ ସ୍ଲାଇଡ ସୋ କୋରାପୁଟର ଭାଇଚାରାକୁ ନେଇ ପ୍ରଦର୍ଶିତ କରାଯିବ । ଗତମାସ 20-25 ମହାତ୍ମା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ହିନ୍ଦି ବିଶ୍ବିବିଦ୍ୟାଳୟରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଦିବସ କାର୍ଯ୍ୟକ୍ରମର ଆୟୋଜନ ହୋଇସାରିଛି । ଏଥିରେ ସିୟୁର 48 ଛାତ୍ରଛାତ୍ରୀଙ୍କ ସମେତ 2ଫାକଲ୍ଟି ଏବଂ ତିନି ଜଣ ଗୀତିକାର ସାମିଲ ହୋଇଥିଲେ ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details