ଓଡିଶା

odisha

ETV Bharat / state

ଡୁମୁରୀପୁଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଯେଉଁଠି ଡାକ୍ତରଙ୍କ ଦାୟିତ୍ବ ତୁଲାନ୍ତି ସ୍ବାସ୍ଥ୍ୟକର୍ମୀ - Dumuriput Primary Health Center

ଆଦିବାସୀ ବହୁଳ କୋରାପୁଟର ଡୁମୁରିପୁଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ଏଠାରେ ନିୟୋଜିତ ଅଛନ୍ତି ଜଣେ ମାତ୍ର ପିଜି ପଢୁଥିବା ଡାକ୍ତରାଣୀ । ଯାହାଙ୍କୁ ଡୁମୁରିପୁଟ ପିଏଚସି ସହ ମାଥିଲିପୁଟ ସିଏଚସିର ମଧ୍ୟ ଦାୟିତ୍ବ ଦିଆଯାଇଛି । ତେବେ ଜଣିଏ ଡାକ୍ତର ଏକାସମୟରେ 2ଟି ସ୍ଥାନରେ କିପରି ସେବା ଯୋଗାଇବା ସମ୍ଭବ ସେ ନେଇ ଦେଖନ୍ତୁ ଏହି ରିପୋର୍ଟ...

ଡୁମୁରୀପୁଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଯେଉଁଠି ଡାକ୍ତରଙ୍କ ଦାୟିତ୍ବ ତୁଲାନ୍ତି ସ୍ବାସ୍ଥ୍ୟକର୍ମୀ
ଡୁମୁରୀପୁଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଯେଉଁଠି ଡାକ୍ତରଙ୍କ ଦାୟିତ୍ବ ତୁଲାନ୍ତି ସ୍ବାସ୍ଥ୍ୟକର୍ମୀ

By

Published : Oct 25, 2020, 6:52 PM IST

କୋରାପୁଟ: ଗ୍ରାମାଞ୍ଚଳରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ସ୍ବାସ୍ଥ୍ୟମନ୍ତ୍ରୀ କହୁଛନ୍ତି ଆମେ ଖୁବ ଶୀଘ୍ର ଡାକ୍ତର ବଳକା ରାଜ୍ୟ ହେବୁ । କିନ୍ତୁ ଉପାନ୍ତ ଅଞ୍ଚଳର ସ୍ବାସ୍ଥ୍ୟ ଭିତ୍ତିଭୂମି ଦେଖିଲେ ସ୍ପଷ୍ଟ ଅନୁମେୟ ଯେ ସରକାରଙ୍କ ଯୋଜନା ଓ ମନ୍ତ୍ରୀଙ୍କ ବାହାସ୍ପୋଟ ସମ୍ପୂର୍ଣ୍ଣ ଓଲଟା । ଏମିତି କିଛି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଦେଖିବାକୁ ମିଳିଛି ଆଦିବାସୀ ବହୁଳ କୋରାପୁଟର ଡୁମୁରିପୁଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ।

ପାଖାପାଖି 6 ଖଣ୍ଡ ଗାଁ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ ଥିବାବେଳେ ଏଠାରେ ନିୟୋଜିତ ଅଛନ୍ତି ଜଣେ ମାତ୍ର ପିଜି ପଢୁଥିବା ଡାକ୍ତରାଣୀ । ଯାହାଙ୍କୁ ଡୁମୁରିପୁଟ ପିଏଚସି ସହ ମାଥିଲିପୁଟ ସିଏଚସିର ମଧ୍ୟ ଦାୟିତ୍ବ ଦିଆଯାଇଛି । ତେବେ ଜଣିଏ ଡାକ୍ତର ଏକାସମୟରେ 2ଟି ସ୍ଥାନରେ ଚିକିତ୍ସା ଯୋଗାଇବା ଅସମ୍ଭବ ହୋଇପଡେ । ଏଥିସହ ଡୁମୁରୀପୁଟ ପିଏଚସିରେ ତାଙ୍କ ରହିବା ପାଇଁ ବ୍ୟବସ୍ଥା ନଥିବାରୁ ସେ ମାଥିଲିପୁଟରୁ ଯାତାୟକ କରିଥାନ୍ତି । ଆଉ ଯେଉଁଦିନ ତାଙ୍କୁ ମାଥିଲପୁଟରେ ରାତ୍ରି ସେବା ଯୋଗାଇବାକୁ ହୁଏ ସେଦିନ ସେ ଡୁମୁରିପୁଟ ପିଏଚସିକୁ ଆସିପାରିନଥାନ୍ତି । ଆଉ ଡୁମୁରିପୁଟରେ ତାଙ୍କ ଅନୁପସ୍ଥିତିରେ ମହିଳା ସ୍ବାସ୍ଥ୍ୟକର୍ମୀ ଜାଣିଥିବା ସୀମିତ ବିଦ୍ୟାରେ ଡାକ୍ତରଙ୍କ ଭୂମିକା ତୁଲାଇଥାନ୍ତି ।

ଡୁମୁରୀପୁଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଯେଉଁଠି ଡାକ୍ତରଙ୍କ ଦାୟିତ୍ବ ତୁଲାନ୍ତି ସ୍ବାସ୍ଥ୍ୟକର୍ମୀ

ସେହିପରି ପିଏଚସିଏର ଫାର୍ମାସିଷ୍ଟ ଓ ଡ୍ରେସର ନଥିବାରୁ ଆଟେଣ୍ଡାଣ୍ଟ ହିଁ କରିଥାନ୍ତି ଡ୍ରେସିଂ, ଷ୍ଟିଚିଂ । ଫଳରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ଯୋଗାଇବାର ବିଫଳ ଏହି ସ୍ବାସ୍ଥ୍ୟ କେନ୍ଦ୍ର । ପିଏଚସିରେ ଭୁଶୁଡି ଯାଇଥିବା ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅନେକ ଥର ଅବଗତ କରାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ପବ୍ଲିକ ରାଇଟ୍ସ ଆସୋସିଏସନର ଜିଲ୍ଲା ସମ୍ପାଦକ କର୍ପୁର ହନ୍ତାଳ ଅଭିଯୋଗ କରିଛନ୍ତି । ପିଜି ପଢ଼ୁଥିବା ଓ ପିଜି ସମ୍ପୂର୍ଣ୍ଣ କରିଥିବା ଡାକ୍ତରଙ୍କୁ ନେଇ ସରକାର ଜିଲ୍ଲାରେ ଖାଲିପଡିଥିବା ପଦବୀ ପୂରଣ କରିବାକୁ ଇଚ୍ଛା କରୁଥିବା ସମୟରେ ସେମାନଙ୍କ ରହିବା ସୁବିଧା ଓ କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ଉପକରଣର ବ୍ୟବସ୍ଥା କରିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଅନ୍ୟପଟେ ଜିଲ୍ଲାରେ 338ଟି ଡାକ୍ତର ପଦବୀ ଅନୁମୋଦିତ ହୋଇଥିବା ବେଳେ ବର୍ତ୍ତମାନ କେବଳ 140 ଜଣ ଡାକ୍ତର ଅଛନ୍ତି । ବାକି ଖାଲି ପଦବୀରେ ପିଜି ଡାକ୍ତରଙ୍କୁ ନିୟୋଜିତ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ସହରରେ ରହି ପାଠ ପଢୁଥିବା ଯୁବ ଡାକ୍ତର ସିଧାସଳଖ ଉପାନ୍ତରେ ରହି କାମ କରିବାକୁ ଉଚିତ ମଣୁନଥିବା କୁହନ୍ତି ସିଡିଏମଓ । ତେବେ ଉପାନ୍ତ ଅଞ୍ଚଳରେ ଡାକ୍ତରଙ୍କ ପାଇଁ ଆବଶ୍ୟକ ସୁବିଧା ନଥିବାରୁ ଏହାର ସିଧାସଳଖ ପ୍ରଭାବ ପଡୁଛି ସ୍ବାସ୍ଥ୍ୟସେବା ଉପରେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details