ଓଡିଶା

odisha

ETV Bharat / state

ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ଡ୍ୟାମ, ତଳିଆ ଅଞ୍ଚଳରେ ବନ୍ୟା ସମ୍ଭାବନା - ପ୍ରବଳ ବର୍ଷା

କୋରାପୁଟରେ ଲାଗି ରହିଛି ପ୍ରବଳ ବର୍ଷା । ଗତ 2ଦୁଇ ଦିନ ଧରି ହୋଇଥିବା ବର୍ଷାରେ ବୃଦ୍ଧି ପାଇଛି ବିଭିନ୍ନ ଡ୍ୟାମର ଜଳସ୍ତର। ଫଳରେ ଆଜି ଜଲାପୁଟ ଓ ତେଲେଙ୍ଗିରର 2 ଫାଟକ ଖୋଲାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Sep 6, 2019, 2:45 PM IST

କୋରାପୁଟ: ଗତ କିଛି ଦିନର ଲଗାଣ ବର୍ଷାରେ କୋରାପୁଟ ସମେତ ପାଶ୍ବବର୍ତ୍ତୀ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଡ୍ୟାମରେ ବୃଦ୍ଧି ପାଇଛି ଜଳସ୍ତର । ଫଳରେ ଆଜି ଜଲାପୁଟ ଓ ତେଲେଙ୍ଗିର ଡ୍ୟାମର 2ଟି ଫାଟକ ଖୋଲାଯାଇଛି । ସେପଟେ ଆଜି ନବରଙ୍ଗପୁରର ଇନ୍ଦ୍ରବାଦୀ ଡ୍ୟାମର ମଧ୍ୟ 4ଟି ଫାଟକ ଖୋଲିଛି । ଯାହାକୁ ନେଇ ଆଜି ରାତି ସୁଦ୍ଧା କୋରାପୁଟର କୋଟପାଡ ଅନ୍ତର୍ଗତ ସୁରଲୀ ନଦୀରେ ବନ୍ୟାଜଳ ଆସିବାର ସମ୍ଭାବନା ଦେଖାଦେଇଛି । ଏନେଇ ସୂଚନା ଦେଇଛନ୍ତି ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଗତକାଲି ଠାରୁ ଆଜି ମଧ୍ୟରେ କୋରାପୁଟ ଜିଲ୍ଲାରେ 878.2 ମିଲିମିଟର ବର୍ଷା ହୋଇଥିବାବେଳେ ନନ୍ଦପୁର ବ୍ଲକ ଅଞ୍ଚଳରେ ସର୍ବାଧିକ 155.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ସମସ୍ତ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା ପଟ୍ଟନାୟକ କହିଛନ୍ତି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details