ଓଡିଶା

odisha

ETV Bharat / state

ଅଦା ପ୍ରକ୍ରିୟାକରଣ କେନ୍ଦ୍ରରେ ପ୍ରସ୍ତୁତ ହେଉଛି ଶୁଣ୍ଠି - କୋରାପୁଟ ଶୁଣ୍ଠି ଉତ୍ପାଦନ କେନ୍ଦ୍ର

ଯାନ୍ତ୍ରିକ ସହଯୋଗରେ କଞ୍ଚା ଅଦାକୁ ଶୁଖାଇ ସୁଣ୍ଠି ଭାବେ ରୂପାନ୍ତର କରି କୋରାପୁଟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନର ପ୍ରୋତ୍ସାହନରେ ଚାଷୀଙ୍କ ସହଭାଗିତାରେ କୋରାପୁଟ ବ୍ଲକ ଅନ୍ତର୍ଗତ ଦୟାନିଧିଗୁଡାରେ ଚାଷୀଙ୍କୁ ନେଇ ଗଠିତ ହୋଇଥିବା ଜୈବିକ ଶ୍ରୀ କୃଷକ ଉତ୍ପାଦନ କମ୍ପାନୀ ବିକ୍ରି ଆରମ୍ଭ କରିଥିବା ଏହି କମ୍ପାନୀର ନିର୍ଦ୍ଦେଶକ ସୁରେନ୍ଦ୍ର ମସ୍ତି ଜଣାଇଛନ୍ତି । ଅଧିକ ପଢନ୍ତୁ

ଅଦା ପ୍ରକ୍ରିୟାକରଣ କେନ୍ଦ୍ରରେ ପ୍ରସ୍ତୁତ ହେଉଛି ଶୁଣ୍ଠି
ଅଦା ପ୍ରକ୍ରିୟାକରଣ କେନ୍ଦ୍ରରେ ପ୍ରସ୍ତୁତ ହେଉଛି ଶୁଣ୍ଠି

By

Published : Apr 26, 2022, 4:04 PM IST

କୋରାପୁଟ:ଗତ କିଛି ବର୍ଷ ଧରି କୋରାପୁଟ ଜିଲ୍ଲା ବିଭିନ୍ନ କିସମର ଅଦା ଚାଷ ପାଇଁ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଖ୍ୟାତି ଅର୍ଜନ କରିଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳ ଓ ପଡ଼ୋଶୀ ରାଜ୍ୟର ଅନେକ ବଜାରରୁ ବ୍ୟବସାୟୀ ଆସି କୁନ୍ଦୁଲି ହାଟପଦାରୁ ବର୍ଷ ତମାମ ଅଦା ନେଇଥାନ୍ତି । କିନ୍ତୁ, ଶିତଳ ଭଣ୍ଡାର ଅଭାବରୁ ଚାଷୀ ବହୁ ସମୟରେ ଅତି କମ ଦାମରେ ଅଦା ବିକ୍ରି କରିବାକୁ ବାଧ୍ୟ ହେଉଥିଲେ । ଚାଷୀଙ୍କ ଏହି ଅସୁବିଧାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ସମେତ କୋରାପୁଟର ପ୍ରଗତି ଭଳି ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଚାଷୀଙ୍କ ଉତ୍ପାଦର କିପରି ଉଚିତ୍ ମୂଲ୍ୟ ମିଳିପାରିବ ସେନେଇ ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

ଅଦା ପ୍ରକ୍ରିୟାକରଣ କେନ୍ଦ୍ରରେ ପ୍ରସ୍ତୁତ ହେଉଛି ଶୁଣ୍ଠି

ଏହି କ୍ରମରେ ଜୈବିକ ଶ୍ରୀ କୃଷକ ଉତ୍ପାଦନ କମ୍ପାନୀ ଚାଷୀଙ୍କ ଠାରୁ ପ୍ରଥମେ ବଜାର ଦରରେ କିଣି ବାଙ୍ଗାଲୋର ସ୍ଥିତ ଏକ ବ୍ୟବସାୟିକ ସଂସ୍ଥାକୁ ବିକ୍ରି କରିଥିଲା । ଆଉ ବର୍ତ୍ତମାନ କମ୍ପାନୀ ସହ ଜଡ଼ିତ କୃଷକଙ୍କ ଠାରୁ ଅଦା ସଂଗ୍ରହ କରିବା ସହ ବଜାର ଦରରୁ କିଛି ଅଧିକା ମୂଲ୍ୟରେ ଅନ୍ୟାନ୍ୟ ଚାଷୀଙ୍କ ଠାରୁ କିଣିଥିବା ଅଦାକୁ ଶୁଣ୍ଠି ଭାବରେ ପ୍ରସ୍ତୁତ କରି ବାହାର ବଜାରରେ ବିକ୍ରି କରିବା ଆରମ୍ଭ କରାଯାଇଛି । ତେବେ କଞ୍ଚା ଅଦାକୁ ହାତରେ ସଫା କରି ଚୋପା ଛଡ଼ାଇବା ପାଇଁ ଅଧିକ ଲୋକଙ୍କୁ ନିଯୁକ୍ତି କରି ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ।

ଏହି ଅବସ୍ଥାକୁ ସୁଧାରିବା ପାଇଁ କମ୍ପାନୀ ତରଫରୁ ଏକ ଅଦା ପ୍ରକ୍ରିୟାକରଣ ମେସିନ ସ୍ଥାପନା କରାଯିବା ପରେ କାର୍ଯ୍ୟ ବାହୁମାତ୍ରାରେ ସହଜ ହୋଇଉଠିଥିବା ମେସିନ ଚାଳକ ଡମ୍ବରୁଧର ଜାନି ଜଣାଇଛନ୍ତି । ବର୍ତ୍ତମାନ ପ୍ରତିଦିନ ଅଧିକରୁ ଅଧିକ ଅଦାର ପ୍ରକ୍ରିୟାକରଣ କରାଯାଇ ଶୁଣ୍ଠି ପ୍ରସ୍ତୁତ କରାଯାଉଥିବା ଫଳରେ ଚାଷୀ ଅଧିକ ଲାଭବାନ ହେଉଛନ୍ତି ବୋଲି ସୁରେନ୍ଦ୍ର ମସ୍ତି ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details