ଓଡିଶା

odisha

By ETV Bharat Odisha Team

Published : Oct 25, 2023, 2:15 PM IST

Updated : Oct 25, 2023, 4:10 PM IST

ETV Bharat / state

କୁନ୍ଦୁଲି ଦଶହରା ପଡିଆରେ ଡବଲ ମର୍ଡର, ପୋଲିସର ତଦନ୍ତ ଜାରି

କୋରାପୁଟ କୁନ୍ଦୁଲି ହାଟପଦାରେ ଡବଲ ମର୍ଡର। ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ପୁଣି ଆଉ ଏକ ହତ୍ୟାକାଣ୍ଡ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

କୁନ୍ଦୁଲି ଦଶହରା ପଡିଆରେ ଡବଲ ମର୍ଡର, ପୋଲିସର ତଦନ୍ତ ଜାରି
କୁନ୍ଦୁଲି ଦଶହରା ପଡିଆରେ ଡବଲ ମର୍ଡର, ପୋଲିସର ତଦନ୍ତ ଜାରି

କୁନ୍ଦୁଲି ଦଶହରା ପଡିଆରେ ଡବଲ ମର୍ଡର

କୋରାପୁଟ: ଦଶହରା ଯାତ୍ରା ପଡିଆରେ ରକ୍ତର ଖେଳ । ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ପୁଣି ଆଉ ଏକ ହତ୍ୟା । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରଥମ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୁନ୍ଦୁଲି ହାଟପଦାରେ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛି । କୁନ୍ଦୁଲି ହାଟପଦାରେ ଦଶହରା ଯାତ୍ରା ଚାଲିଥିବା ବେଳେ ସେଠାରେ ଯୋଗ ଦେଇଥିଲେ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକା । ଏହି ସମୟରେ କୁନ୍ଦୁଲି ହାଟପଦାର ଯୋଗୁଲୁ ରୁଡ଼ି ଓ ତାଙ୍କ ପୁଅ ରାଜକୁମାର ରୁଡ଼ି ମିଶି ଗୋବର୍ଦ୍ଧନକୁ ବର୍ଚ୍ଛାରେ ଭୁଷି ହତ୍ୟା କରିଥିଲେ । ଏହାର କିଛି ସମୟ ପରେ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କ ପରିବାର ବର୍ଗ କୁନ୍ଦୁଲି ହାଟପଦାକୁ ଆସି ସାମୁହିକ ଭାବେ ଯୋଗୁଲୁଙ୍କ ପୁଅ ରାଜକୁମାର ରୁଡ଼ିଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ରାଜକୁମାରଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ..କୋରାପୁଟ ଟାଉନ ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର

ଅନ୍ୟପଟେ ଖବର ପାଇବା ପରେ ପଟ୍ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ଥାନୀୟ ଲୋକଙ୍କୁ ତଦନ୍ତରେ ସାମିଲ କରି ପଚରାଉଚରା କରିଥିବା ଜଣାପଡିଛି । ତେବେ ଯାତ୍ରା ପଡିଆରେ ଗୋବର୍ଦ୍ଧନ ପାଣ୍ଡକାଙ୍କ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ପ୍ରତିଶୋଧ ପରାୟଣ ହୋଇ ଗୋବର୍ଦ୍ଧନଙ୍କ ପରିବାର ଲୋକେ ରାଜକୁମାରଙ୍କୁ ହତ୍ୟା କରିଥିବା ସୂଚନା ରହିଛି । ତେବେ ଦଶହରା ଯାତ୍ରା ପଡିଆରେ ଏଭଳି ରକ୍ତର ଖେଳକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହାମଧ୍ୟ ପଢନ୍ତୁ.. ଗଜପତିରେ ଡବଲ ମର୍ଡର, ଘରେ ପଶି ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ସେହିଭଳି ସେପ୍ଟମ୍ବର 26 ତାରିଖରେ ଗଜପତି ଜିଲ୍ଲା ଅଡବା ଥାନା ଘୋଡାପଙ୍କ ଗାଁରେ ଏକ ଡବଲ ମର୍ଡର ଘଟଣା ଦେଖିବାକୁ ମିଳିଥିଲା । ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ ।ପୂର୍ବ ଶତ୍ରୁତାରୁ ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତେବେ ପୂର୍ବରୁ ମଧ୍ୟ କପିଳେନ୍ଦ୍ରକୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ସେ ବାଇକ ଯୋଗେ ଘରକୁ ଆସୁଥିବା ବେଳେ କେହି ଜଣେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେତେବେଳେ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ପୁଣି ତାଙ୍କୁ ଘରେ ପଶି ହତ୍ୟା କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

Last Updated : Oct 25, 2023, 4:10 PM IST

ABOUT THE AUTHOR

...view details