ଓଡିଶା

odisha

ETV Bharat / state

ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ଯୋଡିହେଲା ନୂତନ ଆଶା - କୋରାପୁଟ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର

ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ । କୋରୋନାର ପ୍ରଭାବ ଜନିତ ପ୍ରତିବନ୍ଧକ ଯୋଗୁଁ କୋରାପୁଟରେ ଏହି ଉତ୍ସବ ୱେବିନାର ମାଧ୍ୟମରେ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ଯୋଡି ହେଲା ନୂତନ ଆଶା
ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ଯୋଡି ହେଲା ନୂତନ ଆଶା

By

Published : Dec 3, 2020, 6:27 PM IST

Updated : Dec 3, 2020, 7:38 PM IST

କୋରାପୁଟ: ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ । କିନ୍ତୁ କୋରୋନାର ପ୍ରଭାବ ଜନିତ ପ୍ରତିବନ୍ଧକ ଯୋଗୁଁ ଏହି ଉତ୍ସବ ୱେବିନାର ମାଧ୍ୟମରେ ପାଳିତ ହୋଇଯାଇଛି । କୋରାପୁଟରେ ଥିବା ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ଯୋଡି ହେଉଥିବା ନୂତନ ଆଶା ରୋଗୀଙ୍କୁ ଧୀରେ ଧୀରେ ଏହା ଆକର୍ଷିତ କରିଚାଲିଛି ।

କୋରୋନାର ପ୍ରଭାବରେ ଗତ କିଛି ମାସ ଧରି ଏହି କେନ୍ଦ୍ରରେ ରୋଗୀଙ୍କ ଆସିବାକୁ ମନା କରାଯାଇଥିବା ବେଳେ କେନ୍ଦ୍ରରେ ରୋଗୀଙ୍କ ସୁବିଧା ପାଇଁ ଗତ କିଛି ମାସ ମଧ୍ୟରେ ଅନେକ ଆଧୁନିକ ସରଞ୍ଜାମ ଯୋଡି ହୋଇଥିବା ଏହି କେନ୍ଦ୍ରର ପରିଚାଳିକା ଜଣାଇଛନ୍ତି ।

ଏହି କେନ୍ଦ୍ର ସ୍ଥାପନା ହେବାର କୋଡିଏ ବର୍ଷ ମଧ୍ୟରେ 30 ରୁ 40 ହଜାର ମାନସିକ ଓ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସେବା ଯୋଗାଇଥିବା ସେ ଜଣାଇଛନ୍ତି । ତେବେ କେନ୍ଦ୍ରର ବିଭିନ୍ନ ବିଭାଗକୁ ପରିଚାଳନା କରିବା ପାଇଁ ଆବଶ୍ୟକ ହେଉଥିବା କର୍ମଚାରୀଙ୍କ ସଂଖ୍ୟା ନଗଣ୍ୟ ଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସେ ସୂଚନା ପ୍ରଦାନ କରିଛନ୍ତି ।

ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ଯୋଡିହେଲା ନୂତନ ଆଶା

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Dec 3, 2020, 7:38 PM IST

ABOUT THE AUTHOR

...view details