ଓଡିଶା

odisha

ETV Bharat / state

କୋରାପୁଟରେ କଫି ଉତ୍ପାଦନ ବୃଦ୍ଧି ପାଇଁ ଜିଲ୍ଲାସ୍ତରୀୟ ବୈଠକ - koraput coffee

କୋରାପୁଟରେ କଫି ଉତ୍ପାଦନକୁ ବୃଦ୍ଧି କରିବା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୋରାପୁଟ କଫି ଉନ୍ନୟନ ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

କୋରାପୁଟରେ କଫି ଉତ୍ପାଦନ ବୃଦ୍ଧି ପାଇଁ ଜିଲ୍ଲାସ୍ତରୀୟ ବୈଠକ
କୋରାପୁଟରେ କଫି ଉତ୍ପାଦନ ବୃଦ୍ଧି ପାଇଁ ଜିଲ୍ଲାସ୍ତରୀୟ ବୈଠକ

By

Published : Feb 25, 2021, 10:30 PM IST

କୋରାପୁଟ: ଜିଲ୍ଲାରେ କଫି ଉତ୍ପାଦନ ବୃଦ୍ଧି କରିବାକୁ ତତ୍ପରତା ପ୍ରକାଶ କରିଛି ପ୍ରଶାସନ । ଏନେଇ କୋରାପୁଟ ଜିଲ୍ଲାପାଳ ଅବଦୁଲ ଅକ୍ତରଙ୍କ ଅଧ୍ୟକ୍ଷତାରେ କୋରାପୁଟ କଫି ଉନ୍ନୟନ ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଆଦିବାସୀ ହିତାଧିକାରୀ କିପରି ଅଧିକରୁ ଅଧିକ କଫି ଚାଷ କରି ଲାଭବାନ ହୋଇପାରିବେ, ସେ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିବା କଫି ଡେଭଲପମେଣ୍ଟ ଟ୍ରଷ୍ଟର ଉପନିର୍ଦ୍ଦେଶକ ଶୈଳେନ୍ଦ୍ର ନାୟକ ଜଣାଇଛନ୍ତି ।

କୋରାପୁଟରେ କଫି ଉତ୍ପାଦନ ବୃଦ୍ଧି ପାଇଁ ଜିଲ୍ଲାସ୍ତରୀୟ ବୈଠକ

ଆସନ୍ତା ବର୍ଷ କେତେ ପରିମାଣର ଛାୟା ବୃକ୍ଷରୋପଣ କରାଯିବ ସେନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଛି । ଓଡି଼ଶାର କୋରାପୁଟ ଅଞ୍ଚଳ ଓ ଆନ୍ଧ୍ରପ୍ରଦେଶର ଆରାକୁ ଅଞ୍ଚଳରେ କଫି ଅନୁକୂଳ ଜଳବାୟୁ ରହିଥିବା ଯୋଗୁଁ ଏହି ଦୁଇ ରାଜ୍ୟ 1971 ମସିହାରେ କଫି ଚାଷ ଆରମ୍ଭ କରିଥିଲେ । ବର୍ତ୍ତମାନ 50 ବର୍ଷ ମଧ୍ୟରେ ଆନ୍ଧ୍ର ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ସରକାରୀ ଓ ବେସରକାରୀ ସ୍ତରରେ ଆରାକୁ ଅଞ୍ଚଳର ହଜାର ହଜାର ହେକ୍ଟର ଜମିରେ କଫି ଚାଷ କରାଯାଉଥିବାବେଳେ କୋରାପୁଟରେ ତାହା ଅନୁପାତରେ ବହୁ କମ୍ ହେକ୍ଟର ଜାଗାରେ ଏହି ଚାଷ କରାଯାଇପାରିଛି ।

ସାରା ଓଡିଶାରେ କେବଳ କୋରାପୁଟ ଜିଲ୍ଲାରେ କଫି ଚାଷ ହୋଇପାରୁଥିବା ଯୋଗୁଁ ଜିଲ୍ଲା ପ୍ରଶାସନର ପ୍ରୟାସରେ କୋରାପୁଟ କଫି ଡେଭେଲପମେଣ୍ଟ ଟ୍ରଷ୍ଟର ସ୍ଥାପନା ଏ ଦିଗରେ ଏକ ସଫଳ ପ୍ରୟାସ ଭାବେ କୋରାପୁଟ କଫିକୁ ବିଶ୍ବ ସ୍ତରରେ ପରିଚିତ କରିପାରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details