କୋରାପୁଟ:ଆଧୁନିକତାର ଆକର୍ଷଣରେ ମଳିନ ପଡୁଛି ଆଦିବାସୀ ଜନଜାତିର ମୂଳ ସଂସ୍କୃତି, ନାଚଗୀତ । ଆଦିବାସୀ ସଂସ୍କୃତି ମୂଳ ଧାରା ଠାରୁ ଧିରେ ଧୀରେ ଦୂରେଇ ଯାଉଥିବା ବେଳେ ଏହାର ପୁନରୁଦ୍ଧାର କରିବା ପାଇଁ ପୁଣି ପ୍ରୟାସ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପରବ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ନାଟକ ଉତ୍ସବର ଶୁଭାରମ୍ଭ ହୋଇଯାଇଛି ।
କୋରାପୁଟରେ 6 ତାରିଖ ଠାରୁ ଆସନ୍ତା 5 ଦିନ ଯାଏ ପରବ ମହୋତ୍ସବ ଅବସରରେ ଜିଲ୍ଲା ସ୍ତରୀୟ ନାଟକ ଉତ୍ସବ ପାଳନ ହେବ । ମଙ୍ଗଳବାର ସନ୍ଧ୍ୟାରେ ଉତ୍ସବର ପ୍ରଥମ ଅର୍ଘ୍ୟ ଭାବେ ପରବ ମଞ୍ଚରେ ଭକ୍ତ ପ୍ରହଲ୍ଲାଦ ନାଟକ ପ୍ରଦର୍ଶିତ ହୋଇଥିଲା । ନୃତ୍ୟ, ସଙ୍ଗୀତ, ନାଟ ପରମ୍ପରାକୁ ପୁନର୍ଜୀବିତ କରିବା ଓ ତାର ମୂଳ ଧାରାର ସଂରକ୍ଷଣ କରିବା ପାଇଁ ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ । ଏହି ଅବସରରେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକର ନାଟକ ପ୍ରସ୍ତୁତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।