ଓଡିଶା

odisha

ETV Bharat / state

କୋଭିଡ ନିୟମ ପାଳନ କରିବା ପାଇଁ ପ୍ରଶାସନର କଡା ପଦକ୍ଷେପ - corona positive cases increase in koraput

କ୍ରମ ବର୍ଦ୍ଧିଷ୍ଣୁ ଏହ ସଂଖ୍ୟାରେ ସାଧାରଣ ଜନତା ଓ ପ୍ରଶାସନ ଚିନ୍ତିତ ହୋଇପଡିଥବା ବେଳେ ଗତକାଲି କେହି ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନଥିବା ପରେ ଆଜି ମଧ୍ୟ ଜିଲ୍ଲାରେ କେବଳ ଜଣେ ବ୍ୟକ୍ତି ସଂକ୍ରମିତ ଚିହ୍ନଟ କରାଯାଇଛି ।

district-administration-strict-the-rules-after-corona-positive-cases-increase-in-koraput
କୋଭିଡ ନିୟମ ପାଳନ କରିବା ପାଇଁ ପ୍ରଶାସନର କଡା ପଦକ୍ଷେପ

By

Published : Jul 16, 2020, 7:36 AM IST

କୋରାପୁଟ: ଗତ କିଛି ଦିନ ଧରି ଜିଲ୍ଲାରେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏହି ସଂଖ୍ୟା ରବିବାର ଦିନ 42 ଓ ସୋମବାର ଦିନ 50ରେ ପହଞ୍ଚିଥିଲା । କ୍ରମ ବର୍ଦ୍ଧିଷ୍ଣୁ ଏହ ସଂଖ୍ୟାରେ ସାଧାରଣ ଜନତା ଓ ପ୍ରଶାସନ ଚିନ୍ତିତ ହୋଇପଡିଥବା ବେଳେ ଗତକାଲି କେହି ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନଥିବା ପରେ ଆଜି ମଧ୍ୟ ଜିଲ୍ଲାରେ କେବଳ ଜଣେ ବ୍ୟକ୍ତି ସଂକ୍ରମିତ ଚିହ୍ନଟ କରାଯାଇଛି ।

କୋଭିଡ ନିୟମ ପାଳନ କରିବା ପାଇଁ ପ୍ରଶାସନର କଡା ପଦକ୍ଷେପ

ତେବେ ପ୍ରଶାସନ ପରିସ୍ଥିତିକୁ ନିୟନ୍ତ୍ରଣାଧିନ ରଖିବା ପାଈଁ ଆବଶ୍ୟକୀୟ ପଦକ୍ଷେପ ନେବାରୁ ପଛେଇ ନାହାନ୍ତି । ଆଜି ଜଣେ ମାତ୍ର ଚିହ୍ନଟ ହୋଇଥିବା ବ୍ୟକ୍ତି ସେମିଳିଗୁଡା ବ୍ଲକର ଭେଜାପୁଟ ଗ୍ରାମର ହୋଇଥିବା ଯୋଗୁଁ ସେହି ଅଞ୍ଚଳରେ ସତସଙ୍ଗ କେନ୍ଦ୍ରଠାରୁ ପୋଲ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯିବା ସହ ସେମିଳିଗୁଡା ସହରରେ କୋଭିଡ ନିୟମ ପାଳନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପକ୍ଷ ଲୋକଙ୍କୁ ସଚେତନ କରାଇଥିଲେ । ସେମିଳିଗୁଡା ରାସ୍ତା କଡରେ ବସି ପରିବା ଓ ଫଳ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀଙ୍କୁ ହାଟପଦାକୁ ଯିବା ପାଇଁ ନିର୍ଦେଶ ଦିଆଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details