ଓଡିଶା

odisha

ETV Bharat / state

କୋଭିଡକୁ ସାମ୍ନା କରିବା ପାଇଁ କୋରାପୁଟ ପ୍ରଶାସନ ପ୍ରସ୍ତୁତ

କୋରାପୁଟରେ କୋଭିଡ ପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ଜିଲ୍ଲାପାଳଙ୍କ ସୂଚନା । ଅଧିକ ପଢନ୍ତୁ...

district administration is ready to face Covid in koraput
କୋଭିଡକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

By

Published : Apr 30, 2021, 9:08 PM IST

କୋରାପୁଟ: ଜିଲ୍ଲାରେ କୋଭିଡ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦ୍ଵିତୀୟ ପର୍ଯ୍ୟାୟର କୋଭିଡ ସଂକ୍ରମଣ ସମୟରେ ପ୍ରଥମ ଥର ପାଇଁ ଆଜି(ଶୁକ୍ରବାର) କୋରାପୁଟରେ ଶତାଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଯାହା ଚଳିତ ବର୍ଷ ସଂକ୍ରମିତ ସଂଖ୍ୟାର ରେକର୍ଡ ଭାଙ୍ଗିଥିବା ଜଣାପଡିଛି ।

ତେବେ ଜିଲ୍ଲା ପ୍ରଶାସନ କୋଭିଡକୁ ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିଥିବା ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତର ଜଣାଇଛନ୍ତି ।

କୋଭିଡକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ଜୟପୁର ସ୍ଥିତ କୋଭିଡ ହସ୍ପିଟାଲ ଓ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଥିବା କୋଭିଡ ସ୍ଵତନ୍ତ୍ର ବିଭାଗରେ ଗତ ବର୍ଷ ଅପେକ୍ଷା ତିନିଗୁଣ ଅଧିକ ସଂଖ୍ୟକ ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଇ ଥିବାବେଳେ ଏହି ଦୁଇଟି ହସ୍ପିଟାଲରେ ସମସ୍ତ ଶଯ୍ୟାକୁ ଅମ୍ଳଜାନ ଯୋଗାଇ ଦିଆଯିବାର ବନ୍ଦୋବସ୍ତ କରାଯାଇଥିବା ସେ ଜଣାଇଛନ୍ତି ।

ଜିଲ୍ଲାରେ ଅମ୍ଳଜାନର ସୁପରିଚାଳନା ପାଇଁ ଜଣେ ଓଡିଶା ପ୍ରଶାସନିକ ସେବାର ଅଧିକାରୀଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଦିଆଯାଇଥିବା ସେ କହିଛନ୍ତି । ହାଟ ବଜାରରେ ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ ସହରାଞ୍ଚଳରେ ବ୍ୟବସାୟୀଙ୍କୁ ବିଭିନ୍ନ ସ୍ଥାନରେ ବ୍ୟବସାୟ କରିବା ପାଇଁ ସ୍ଥାନ ନିରୂପଣ କରାଯାଇଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details