କୋରାପୁଟ: ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ। ଗୋଟେ ପଟେ ପତକା ଉତ୍ତୋଳନ ସରିବା ପରେ ତଳେ ପଡିରହିଲା ପତାକା । ଅନ୍ୟପଟେ ସନ୍ଧ୍ୟା ପରେ ବି ଖୋଲା ହେଲାନି ତ୍ରିରଙ୍ଗା । ଏଭଳି ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ମରିଚମାଳ ଗାଁରେ । ଗୋଟିଏ ଗାଁରେ ଜାତୀୟ ପତାକାକୁ ଭିନ୍ନ ଭିନ୍ନ ଅବ୍ୟବହାର ହୋଇଥିବା ବୁଦ୍ଧିଜୀବୀଙ୍କ ମହଲରୁ ଅଭିଯୋଗ ଆସିଛି ।
ଗୁରୁବାର ସ୍ବାଧୀନତା ଦିବସ ପାଳନ ଅବସରରେ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ର ଏବଂ ବିଦ୍ୟାଳୟରେ ସକାଳେ ପତାକା ଉତ୍ତୋଳନ କରାଯାଇଥିଲା । ସନ୍ଧ୍ୟାରେ ଜାତୀୟ ପତକାକୁ ସସମ୍ମାନେ ଅବତରଣ କରାଇବା ପାଇଁ ଅଙ୍ଗନବାଡି ଦିଦିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏଠାରେ ଅସହାୟର ଚିହ୍ନ ଦେଖିବାକୁ ମିଳିଥିଲା । ଛୋଟ ପିଲାମାଙ୍କୁ କୁହାଯାଇଥିଲା ଖୁଣ୍ଟରୁ ପତାକା କାଢିବା ପାଇଁ । କିନ୍ତୁ ପିଲାଏ ପତକା ଖୁଣ୍ଟର ଓଜନ ସମ୍ଭାଳି ନପାରିବାରୁ ଖୁଣ୍ଟକୁ ତଳେ ପକାଇ ଦେଇଥିଲେ । ଯଦିଓ ଅଙ୍ଗନବାଡି ଦିଦି ପତାକା ଖୁଣ୍ଟଟିକୁ ସମ୍ଭାଳି ନେଇଥିଲେ ।