କୋରାପୁଟ: ଜିଲ୍ଲା ଶିକ୍ଷାଧିକାରୀଙ୍କ ବାସଭବନରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା ଘଟଣା । ମାମଲାରେ ପୋଲିସ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ପ୍ରମୋଦ କୁମାର ପଣ୍ଡାଙ୍କୁ ଗିରଫ କରିବା ସହ କାର୍ଯ୍ୟାଳୟର ଅନ୍ୟ ଜଣେ କର୍ମଚାରୀ ଅନିଲ ସାଗରଙ୍କୁ ଗିରଫ କରିଛି । ପୂର୍ବରୁ ଉକ୍ତ ମାମଲାରେ ଆଉ 2 ଜଣଙ୍କୁ ଗିରଫ କରିଥିଲା ।
ଜିଲ୍ଲା ଶିକ୍ଷାଅଧିକାରୀ ପଣ୍ଡା ଚାପ ପ୍ରୟୋଗ କରୁଥିଲେ ଓ ଅତ୍ୟଧିକ ଚାପକୁ ସହ୍ୟ କରିନପାରିବା ତାଙ୍କ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ବୋଲି ଆତ୍ମହତ୍ୟା କରିଥିବା ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ସୁଇସାଇଡ ନୋଟରେ ଦର୍ଶାଇଛନ୍ତି ।