କାେରାପୁଟ : ଗତକାଲି ଶ୍ରୀକ୍ଷେତ୍ର ସମେତ ବହୁ ସ୍ଥାନରେ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଆଜି କୋରାପୁଟ ଜିଲ୍ଲା କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମେଘାଚ୍ଛନ୍ନ ଆକାଶ ତଳେ କୋଟିଆ ଅଞ୍ଚଳର ବହୁ ଆଦିବାସୀ ସଂପ୍ରଦାୟର ଆବାଳ ବୃଦ୍ଧ ବନିତା କୋଟିଆରେ ପହଞ୍ଚି ଏହି ଯାତ୍ରାରେ ଯୋଗ ଦେଇଥିଲେ ।
ଦୀର୍ଘ କୋଡିଏ ବର୍ଷ ପୂର୍ବେ କୋରାପୁଟର ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରଚାଳନା କମିଟି ଆନୁକୂଲ୍ୟରେ କୋଟିଆରେ ରଥଯାତ୍ରା ଆରମ୍ଭ ହୋଇଥିଲା । ତତ୍କାଳୀନ ଜିଲ୍ଲା ପ୍ରଶାସକଙ୍କ ସକ୍ରିୟ ସହଯୋଗରେ ସୀମାନ୍ତ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ କୋଟିଆ ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାର ପ୍ରୟୋଗଶାଳା ଭାବେ ପରିଚିତ ଥିବା ଏହି ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ଆଦର ବୃଦ୍ଧି କରିବାରେ ଏହି ଯାତ୍ରା ସହାୟକ ହୋଇପାରିଛି ।