କୋରାପୁଟ:ଦେଓମାଳିରେ 144 ଧାରା ଜାରି । ଦେଓମାଳି ପର୍ବତରେ ରାତ୍ରିଯାପନ କିମ୍ବା ସନ୍ଧ୍ୟା ପରେ ବୁଲିବା ଉପରେ କୋରାପୁଟ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିଛି ।
ଗତ କିଛିଦିନ ଧରି ଅନେକ ଅସାମାଜିକ ବ୍ୟକ୍ତି ଦେଓମାଳି ପର୍ବତରେ ଟେଣ୍ଟ ପକାଇ ରାତ୍ରି ଯାପନ କରୁଥିବା ଦେଖାଯାଇଛି । ସେମାନଙ୍କ ରାତ୍ରିଯାପନର ଉଦ୍ଦେଶ୍ୟ ଓ ସେମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଜଣାପଡୁନାହିଁ । ତେଣୁ କୌଣସି ଅଘଟଣର ଆଶଙ୍କା କରାଯାଇ ସେହି ଅଞ୍ଚଳରେ 144 ଧାରା ଜାରି କରାଯାଇଛି । ରାତ୍ରି ଚଳପ୍ରଚଳକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଥିବା କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।