ଓଡିଶା

odisha

ETV Bharat / state

ପୁଣି ବ୍ୟାପିଲା ଡେଙ୍ଗୁ ଆତଙ୍କ, 6 ରୋଗୀ ଚିହ୍ନଟ - ଡେଙ୍ଗୁ ଆତଙ୍କ

ଦାଦନ ଖଟିବାକୁ ଯାଇ 6 ଜଣ ଯୁବକ ଡେଙ୍ଗୁରେ ଆକ୍ରାନ୍ତ । ରୋଗୀମାନଙ୍କୁ ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା କରାଯାଉଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jul 21, 2019, 8:26 PM IST

କୋରାପୁଟ: ଦାଦନ ଖଟିବାକୁ ଯାଇ 6 ଜଣ ଯୁବକ ଡେଙ୍ଗୁରେ ଆକ୍ରାନ୍ତ । ରୋଗୀମାନଙ୍କୁ ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା କରାଯାଉଥିବା ସୂଚନା । ସେମାନଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥାରେ ସୁଧାର ଆସିଥିବା ବେଳେ ଅନ୍ୟ 2 ଜଣଙ୍କୁ ବିଶେଷ ଭାବେ ପରୀକ୍ଷା କରାଯାଉଥିବା ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟରୁ 7 ଜଣ ଯୁବକ ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସେଠାରେ ଦୀର୍ଘ ଦିନ ଧରି ଅସୁସ୍ଥତା ଲାଗି ରହିଥିବାରୁ ସେମାନେ ନିଜ ଗାଁକୁ ଫେରିଆସିଥିଲେ । ସେମାନଙ୍କ ଅବସ୍ଥା ଦେଖି ଡେଙ୍ଗୁ ଆଶଙ୍କାରେ ଡାକ୍ତର ସେମାନଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଜିକାଲ କଲେଜକୁ ପଠାଇଥିଲେ ।

ସମସ୍ତ ପରୀକ୍ଷା ପରେ ସେମାନଙ୍କ ଦେହରେ ଡେଙ୍ଗୁ ରୋଗ ଚିହ୍ନଟ କରାଯାଇଛି । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଅନ୍ୟ 6 ଜଣଙ୍କର ଚିକିତ୍ସା ଜାରି ରହିଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details