ଓଡିଶା

odisha

ETV Bharat / state

ଖଣି ଖନନ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କୋରାପୁୁଟ ଜିଲ୍ଲାରେ ଖଣି ଖନନ ବନ୍ଦ କର ନଚେତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବି କରି କୋଡ଼ିଂଗାମାଳି ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ଖଣି ଖନନ ବନ୍ଦ ପାଇଁ ଦାବି
ଖଣି ଖନନ ବନ୍ଦ ପାଇଁ ଦାବି

By

Published : Jan 8, 2021, 8:29 AM IST

କୋରାପୁୁଟ: ଜିଲ୍ଲାର କୋଡ଼ିଂଗାମାଳି ଖଣି ଖନନକୁ ବାରମ୍ବାର ବିରୋଧ ପରେ ବି ବନ୍ଦ ହେଉ ନାହିଁ ଖଣି ଖନନ । ଖଣି ଖନନ ବନ୍ଦ କର ନଚେତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବି କରି କୋଡ଼ିଂଗାମାଳି ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ହୋଇଛି ।

ଖଣି ଖନନ ବନ୍ଦ ପାଇଁ ଦାବି

ସୂଚନା ଅନୁସାରେ, କୋଡ଼ିଂଗାମାଳି ଖଣିରେ ବାରମ୍ବାର ଖଣି ଖୋଳା ଯାଉଛି । ଏହାର ବିରୋଧ ପରେ ବି କେହି ଶୁଣିବାକୁ ନାରାଜ । ଏ ନେଇ ଆନେକ ଥର ଜନଶୁଣାଣି ଜନ ଅସନ୍ତୋଷ ଦେଖା ଦେବା ପରେ ଖଣି ଖନନକୁ ବାତିଲ କରାଯାଇଛି । ଖଣି ଖନନ ବଦଳରେ ସରକାରଙ୍କ ଦ୍ବାରା କମ୍ପାନୀ ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରତିଶ୍ରୁତିକୁ ବର୍ଷେ ପୁରିଲାଣି ହେଲେ ନା ପ୍ରତିଷ୍ଠା ହେଉଛି କମ୍ପାନୀ ନାଁ ଦୂର ଦେଉଛି ବେକାରୀ ସମସ୍ୟା ।

ଲୋକଙ୍କ ହିତ ଉଦ୍ଦେଶ୍ୟରେ ଖଣି ଖନନ କରୁଥିବା ସଂସ୍ଥା କିମ୍ବା ସରକାରଙ୍କ ଦ୍ବାରା ଏ ଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ସୁରକ୍ଷା ମଞ୍ଚ ଅଭିଯୋଗ କରିଛି । ତେବେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଏ ଦିଗରେ କିଛି ନୂତନ ଆଶାର କିରଣ ଜାଗି ଉଠିଥିବା ସଂଘର ସଦସ୍ୟ ସୁଧାକର ବାଘ ଜଣାଇଛନ୍ତି । କୋଡ଼ିଂଗାମାଳି ଠାରେ ଫ୍ୟାକ୍ଟ୍ରି ଆରମ୍ଭ କରାଯିବା ସଂକ୍ରାନ୍ତରେ ଉଚ୍ଚ ସ୍ତରୀୟ ଆଲୋଚନା ହେଉଥିବା ଜିଲ୍ଲାପାଳ କହିଥିବା ସେମାନେ ପ୍ରକାଶ କରିଛନ୍ତି । ଯଦି ଆଗକୁ ଏହି ସନସ୍ୟାର ସମାଧାନ ନ ହୁଏ ତେବେ ସପରିବାର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧରଣା ଦେବେ ବୋଲି ଚେତାବନୀ ଦେଇଛି କୋଡ଼ିଂଗାମାଳି ସୁରକ୍ଷା ମଞ୍ଚ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details