ଓଡିଶା

odisha

ETV Bharat / state

ଦାନା ବାନ୍ଧୁଛି ସ୍ଵତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ଗଠନ ଦାବି

ଅନେକ ବର୍ଷ ଧରି ଚାଲିଥିବା ଦଣ୍ଡକାରଣ୍ୟ ରାଜ୍ୟ ଗଠନ ଦାବି ଆନ୍ଦୋଳନ ପୁଣି ଥରେ ଦାନା ବାନ୍ଧିଛି । କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ନେଇ ଦଣ୍ଡକାରଣ୍ୟ ଗଠନ କରିବାକୁ ଦାବି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, କୋରାପୁଟ

By

Published : Jun 26, 2019, 6:51 PM IST

କୋରାପୁଟ: ପୁଣି ତେଜିଲା ଦଣ୍ଡକାରଣ୍ୟ ରାଜ୍ୟ ଗଠନ ଦାବି । ଅନେକ ବର୍ଷ ଧରି ଚାଲିଥିବା ଏହି ଆନ୍ଦୋଳନ ପୁଣି ଥରେ ଦାନା ବାନ୍ଧିଛି । କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ନେଇ ଦଣ୍ଡକାରଣ୍ୟ ଗଠନ କରିବାକୁ ଦାବି ହୋଇଛି । ଏପରି ଦାବି କୋରାପୁଟିଆ ଜନ ସୁରକ୍ଷା ସଂଘ ପକ୍ଷରୁ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଆଜି(ବୁଧବାର) ଅଞ୍ଚଳରେ ଖଣି ଖନନକୁ ବିରୋଧ କରାଯିବାକୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏପରି ଚେତାବନୀ ସଂଘ ଦେଇଛି । ଏହା ସହ ଖଣି ଖନନକୁ ରୋକିବା ପାଇଁ ସେମାନେ ଆନ୍ଧ୍ର ସହ ମିଶିବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ।

ସୂଚନା ଅନୁଯାୟୀ, କୋରାପୁଟ ପଟ୍ଟାଙ୍ଗି ବ୍ଲକର ସେରୁବନ୍ଧ ପର୍ବତରେ ବକ୍ସାଇଟ ଖନନ କରିବାକୁ ଗ୍ରାମସଭା ଆୟୋଜନ କରାଯାଇଥିଲା । ଏହାକୁ ଏଠାକାର ଲୋକେ ଘୋର ବିରୋଧ କରିଥିଲେ । ତେବେ ପରେ ଖଣି ଖନନ ହେବା ନେଇ ଶୁଣିବାକୁ ମିଳୁଥିବାରୁ ସଂଘ ଏହାକୁ ନିନ୍ଦା କରିଛି ।

ଏହା ସହ ବିରୋଧ ସତ୍ତ୍ବେ ଯଦି ସରକାର ଖଣି ଖନନ କରନ୍ତି ତେବେ ନୂଆ ରାଜ୍ୟ ଗଠନ ପାଇଁ ପ୍ରସ୍ତୁତ ଥିବା ସଂଘ କହିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details