କୋରାପୁଟ: ଆସନ୍ତାକାଲି 'କୋରାପୁଟ କଫି' ଆରମ୍ଭକୁ ପୁରିବ ଗୋଟିଏ ବର୍ଷ । ଗତ ବର୍ଷ ଏହି ଦିନରେ ଟିଡିସିସି, ଜିଲ୍ଲା ପ୍ରଶାସନ ଓ କଫି ବୋର୍ଡର ମିଳିତ ପ୍ରୟାସରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଂଗୃହିତ ହୋଇଥିବା କଫିକୁ ଉନ୍ନତମାନର ପ୍ଲାଣ୍ଟରେ ଗୁଣ୍ଡ କରି କୋରାପୁଟ କଫି ଭାବେ ବିଶ୍ବ ବଜାରକୁ ଛଡା ଯାଇଥିଲା ।
ବର୍ଷକ ମଧ୍ୟରେ ଦେଶର ବିଭିନ୍ନ ବଜାରରେ 1800 କିଲୋ କଫି ଗୁଣ୍ଡ ବିକ୍ରି ହୋଇଥିବା କୋରାପୁଟସ୍ଥିତ କଫି ବୋର୍ଡର କ୍ଷେତ୍ର ସଂଯୋଗ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି । ଏହାକୁ ଯଦି କଫି କପ୍ ରେ ମପା ଯାଏ, ତେବେ ପ୍ରାୟ 3 ଲକ୍ଷ 60 ହଜାର କଫି ଲୋକେ ସେବନ କରିଛନ୍ତି ବୋଲି ସେ କହିଛନ୍ତି ।