କୋରାପୁଟ: କୋରାପୁଟ ଜିଲ୍ଲାର ଦୂରୁଆ ଓ ରାୟଗଡା ଜିଲ୍ଲାର ଝୋଡିଆ ଜନଜାତି କୁ ସରକାରୀ ଭାବେ ଆଦିବାସୀ ମାନ୍ୟତା ଦେବା ପାଇଁ ଅନେକ ଦିନର ଦାବିକୁ ସରକାର ଗ୍ରହଣ କଲେ ନାହିଁ । 160 ଟି ସମ୍ପ୍ରଦାୟକୁ ଆଦିବାସୀ ଜନଜାତି ର ମାନ୍ୟତା ପାଇଁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି । ଏଦିଗରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନଥିବା କୋରାପୁଟ ଗସ୍ତରେ ଆସିଥିବା ରାଜ୍ୟ ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ କହିଛନ୍ତି ।
ଏଥି ମଧ୍ୟରୁ ନଅ ଗୋଟି ଜନଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନ କ୍ଷେତ୍ରରେ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ ମଧ୍ୟ ତାର ସୁଫଳ ମିଳିନାହିଁ । ତେଣୁ ତାର ପ୍ରତିବାଦରେ ଆଜି ବିଜେଡି କର୍ମକର୍ତ୍ତା ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦର କର୍ମକର୍ତ୍ତା କୋରାପୁଟ ସମେତ ଓଡ଼ିଶାର ନଅଟି ଆଦିବାସୀ ବହୁଳ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକ ଦେଇଛନ୍ତି ।