ଓଡିଶା

odisha

ETV Bharat / state

କୋରାପୁଟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା; ଖାଲି ପଡିଛି ଅନେକ ପଦବୀ, ପୂରଣ ପାଇଁ ଦାବି - ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ କୋରୋପୁଟବାସୀ

କୋରାପୁଟ ବ୍ଲକ ଅନ୍ତର୍ଗତ ସମସ୍ତ ସିଏଚସି ଓ ପିଏଚସିରେ ଡାକ୍ତର, ଫାର୍ମାସିଷ୍ଟ ଏବଂ ଏପରିକି ରକ୍ତ ପରୀକ୍ଷା କରିବା କର୍ମଚାରୀଙ୍କ ପଦବୀ ଖାଲି ପଡିଛି । ଗାଁ ଗହଳିରେ ରହୁଥିବା ଲୋକମାନେ ସାମାନ୍ୟ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ପଦବୀ ପୂରଣ ନେଇ କୋରାପୁଟ ସିଡିଏମଓଙ୍କୁ ଏକ ଦାବି ପତ୍ର ଦିଆଯାଇଛି ।

ପଦବୀ ଖାଲି ପଡିଥିବାରୁ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଲୋକେ
ପଦବୀ ଖାଲି ପଡିଥିବାରୁ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଲୋକେ

By

Published : Oct 6, 2020, 7:20 AM IST

କୋରାପୁଟ: କୋରୋନା କାଳରେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ କୋରାପୁଟବାସୀ । ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଅଭାବରୁ ପ୍ରାଥମିକ ଚିକିତ୍ସା ମିଳୁନଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି। ଏହି ସମସ୍ୟା ନେଇ ପବ୍ଲିକ ରାଇଟ୍ସ ଆସୋସିଏସର କର୍ମକର୍ତ୍ତା କୋରାପୁଟ ସିଡିଏମଓ ମକରନ୍ଦ ବେଉରାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ପଦବୀ ଖାଲି ପଡିଥିବାରୁ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଲୋକେ

କୋରାପୁଟ ବ୍ଲକ ଅନ୍ତର୍ଗତ ସମସ୍ତ ସିଏଚସି ଓ ପିଏଚସିରେ ଡାକ୍ତର , ଫାର୍ମାସିଷ୍ଟ ଏବଂ ଏପରିକି ରକ୍ତ ପରୀକ୍ଷା କରିବା କର୍ମଚାରୀଙ୍କ ପଦବୀ ଖାଲି ପଡିଛି । ଫଳରେ ଗାଁ ଗହଳିରେ ରହୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଦାବି ପତ୍ର ଦେବା ପରେ ଡାକ୍ତର ବେଉରା ଜିଲ୍ଲାରେ ଖାଲିଥିବା ପଦବୀ ଗୁଡିକ ପୁରଣ କରିବାକୁଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସଂଘର ଅଗ୍ରଣୀ ସଦସ୍ୟ ନୃପେନ୍ଦ୍ର ନାରାୟଣ ବାଘ ଜଣାଇଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details