ଓଡିଶା

odisha

ETV Bharat / state

ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ରାସ୍ତାକଡ଼ରେ ଜନ୍ମହେଲା ଶିଶୁ - କୋରାପୁଟ ଦଶମନ୍ତପୁର ବ୍ଲକ

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତରେ କାଳିଆମ୍ବ ଗାଁରେ ଘଟିଛି ଏହି ହୃଦୟବିଦାରକ ଘଟଣା । ଗ୍ରାମର କୈଳାଶ ସାହୁଙ୍କ ପତ୍ନୀ କବିତା ବିଷୋୟୀ ରାସ୍ତା କଡରେ ହିଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।

delivery on road side, ambulance could not reached due to road
ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ , ରାସ୍ତାକଡ଼ରେ ଜନ୍ମହେଲା ଶିଶୁ

By

Published : Sep 19, 2020, 7:52 PM IST

କୋରାପୁଟ: ଏମିତି ଆମ ବିକାଶର ଗାଥା । ମା'ଙ୍କୁ ସମ୍ମାନ ଗାଁକୁ ରାସ୍ତା କେବଳ କଥାରେ ରହିଯାଇଛି । ରାସ୍ତା ନଥିବାରୁ ଗାଁ ପର୍ଯ୍ୟନ୍ତ ଆସିପାରିଲାନି ଆମ୍ବୁଲାନ୍ସ। କୋରାପୁଟରୁ ପୁଣି ଆସିଲା ଜନନୀ ଯନ୍ତ୍ରଣାର କରୁଣ କାହାଣୀ । ଗାଁ ଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଠିଆ ହୋଇଥିଲା । ବର୍ଷା ଅନ୍ଧାର ରାତ୍ରିରେ ଆମ୍ବୁଲାନ୍ସ ପାଖକୁ ପ୍ରସବ ବେଦନାରେ ଜର୍ଜରିତ ଗର୍ଭବତୀ ମହିଳାଙ୍କୁ ଭାରରେ ବୁହା ହୋଇ ନିଆଯାଉଥିଲା । ତେବେ ପାହାଡିଆ ରାସ୍ତାର ଉଠାଣି ଗଡାଣିରେ ପ୍ରାୟ ଦୁଇ କିଲୋମିଟର ଯିବା ପରେ ରାସ୍ତାରେ ହିଁ ପ୍ରସବ କଲେ ମହିଳା ଜଣଙ୍କ ।

ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ , ରାସ୍ତାକଡ଼ରେ ଜନ୍ମହେଲା ଶିଶୁ

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତରେ କାଳିଆମ୍ବ ଗାଁରେ ଘଟିଛି ଏହି ହୃଦୟବିଦାରକ ଘଟଣା । ଗ୍ରାମର କୈଳାଶ ସାହୁଙ୍କ ପତ୍ନୀ କବିତା ବିଷୋୟୀ ରାସ୍ତା କଡରେ ହିଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।

କାଳିଆମ୍ବ ଗାଁକୁ ଯିବାକୁ ହେଲେ ମୁଖ୍ୟ ରାସ୍ତା ପରେ ଅଣଓସାରିଆ ପାହାଡିଆ ରାସ୍ତା ହୋଇ ଯିବାକୁ ହୁଏ । ଆମ୍ବୁଲାନ୍ସ କବିତାଙ୍କୁ ହସ୍ପିଟାଲକୁ ନେବା ପାଇଁ ଆସିଥିଲେ ମଧ୍ୟ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା । ତେବେ ପରେ ମା ଓ ନବଜାତ ଶିଶୁଙ୍କୁ ହସ୍ପିଟାଲ ପହଞ୍ଚାଯାଇ ଚିକିତ୍ସା ପ୍ରଦାନ କରାଯାଇଛି । ଉଭୟେ ସୁସ୍ଥ ଥିବା ଜଣାପଡିଛି ।

ଦଶମନ୍ତପୁର ବ୍ଲକର ଅନେକ ଗାଁକୁ ସଡକ ସଂଯୋଗ ହୋଇପାରିନଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ପହଞ୍ଚିପାରୁନଥିବାବେଳେ ଜିଲ୍ଲା ସଦର ମହକୁମାରେ ବାଇକ ଆମ୍ବୁଲାନ୍ସ ବ୍ୟବସ୍ଥା ଥାଇ ମଧ୍ୟ ଲୋକଙ୍କ ସେବାରେ ଲାଗିପାରୁନି । ଏନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଏହି ସେବାକୁ ତୁରନ୍ତ ଲୋକଙ୍କ ସେବାରେ ଲଗାଇବା ପାଇଁ ଦାବି ହୋଇଛି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details