ଓଡିଶା

odisha

ETV Bharat / state

ନିରାଡ଼ମ୍ବରରେ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ - ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା

ଶାବର ଶ୍ରୀକ୍ଷେତ୍ରରେ ନିରାଡ଼ମ୍ବର ଭାବେ ପାଳିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କ ଏହି ନୀତିରେ କେବଳ କେତେକ ହାତ ଗଣତି ପୂଜକ ଉପସ୍ଥିତ ରହିଥିଲେ । ଅଧିକ ପଢ଼ନ୍ତୁ...

ନିରାଡ଼ମ୍ବରରେ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
ନିରାଡ଼ମ୍ବରରେ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

By

Published : Jun 24, 2021, 4:45 PM IST

କୋରାପୁଟ: ଶାବର ଶ୍ରୀକ୍ଷେତ୍ରରେ ନିରାଡ଼ମ୍ବର ଭାବେ ପାଳିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କ ଏହି ନୀତିରେ କେବଳ କେତେକ ହାତ ଗଣତି ପୂଜକ ଉପସ୍ଥିତ ରହିଥିଲେ । ମହାପ୍ରଭୁଙ୍କ ସ୍ନାନ ପାଇଁ ମନ୍ଦିର ପରିସରରେ ଥିବା ଶବର ଜନଜାତିର ଦେବତା ମାତାରବନମଙ୍କ ମନ୍ଦିର ନିକଟ କୂଅରୁ ଜଳ ଅଣା ଯାଇଥିଲା ।

ନିରାଡ଼ମ୍ବରରେ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଶ୍ରଦ୍ଧାର ଜଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସ୍ନାନ କରି ସାରିବା ପରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ହେଉଥିବା ପ୍ରତିଟି ଉତ୍ସବ ବିଶେଷ ମହତ୍ଵ ରହିଛି । ଦେବସ୍ନାନ ଉତ୍ସବ ହେଉ ବା ରଥଯାତ୍ରା ବିଭିନ୍ନ ପ୍ରାନ୍ତରୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଆବାଳ ବୃଦ୍ଧବନିତା ପ୍ରତିବର୍ଷ ତିନି ଠାକୁରଙ୍କ ଦର୍ଶନ କରିବା ପାଇଁ ଶାବର ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ।

ତେବେ ଚଳିତ ବର୍ଷ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ବିନା ଭକ୍ତରେ ଏହି ନୀତି ପାଳିତ ହୋଇଛି । ସରକାରଙ୍କ ନିର୍ଦେଶ ଅନୁଯାୟୀ ମନ୍ଦିରର ମେଘନାଦ ପାଚେରୀ ମଧ୍ୟରେ ମହାପ୍ରଭୁଙ୍କ ଏହି ନୀତି ପାଳିତ ହୋଇଛି । କୋଭିଡ ଗାଇଡଲାଇନକୁ ମାନି କିଛି ସେବାୟତ ଦେବସ୍ନାନ ନୀତି ସମ୍ପର୍ଣ୍ଣ କରିଥିଲେ ।

କୋଭିଡ ଗାଇଡଲାଇନ ସହ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ ଆୟୋଜନ ହେବ । ବର୍ତ୍ତମାନ ମେଘନାଦ ପାଚେରୀ ମଧ୍ୟରେ ରଥନିର୍ମାଣ କରାଯିବ । ଆଜି ରାତିରେ ତିନିଠାକୁର ଅଣସର ବେଦୀକୁ ଯିବେ । ଏହାପରେ ୧୫ ଦିନ ଧରି ଆଦିବାସୀ ସେବକମାନେ ଅସୁସ୍ଥ ହୋଇପଡିଥିବା ତିନିଠାକୁରଙ୍କ ସେବା କରିବା ସୁଯୋଗ ପାଇବେ । ଏହାକୁ ନେଇ ଶାବର ଶ୍ରୀକ୍ଷେତ୍ର ସମ୍ପାଦକ ଗଦାଧର ପରିଡ଼ା ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details