ଓଡିଶା

odisha

ETV Bharat / state

ମାଓ ଅଧ୍ୟୁଷିତ ଅଞ୍ଚଳକୁ ଅବହେଳା, ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ଦାବି - ମାଓ ଅଧ୍ୟୁଷିତ ଅଞ୍ଚଳ

ଗଡୁନି ଆମ୍ବୁଲାନ୍ସ। ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିଲେ ମଧ୍ୟ ମିଳୁନି ସ୍ୱାସ୍ଥ୍ୟସେବା । ଯାହା ଫଳରେ ହନ୍ତସନ୍ତ ହେଉଛନ୍ତି କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ବାସିନ୍ଦା । ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଏଠାକାର ଲୋକେ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କୋରାପୁଟ

By

Published : Jul 25, 2019, 7:46 PM IST

କୋରାପୁଟ: ମିଳୁନି 102 ଏବଂ 108 ଆମ୍ବୁଲାନ୍ସ ସେବା । ଯେଉଁଥିପାଇଁ ବର୍ଷା ଝଡ, ପାଣିପବନରେ ମଧ୍ୟ ଦୁର୍ଗମ ପାହାଡ ପର୍ବତ ଦେଇ ଭାରରେ ବୁହା ହେଉଛନ୍ତି ରୋଗୀ ଓ ପ୍ରସୂତି ମହିଳା । ଆଉ ଏଭଳି ସମସ୍ୟାରେ ଅଧିକ କଷ୍ଟ ଭୋଗୁଛନ୍ତି ମାଓ ଅଧ୍ୟୁଷିତ ବନ୍ଧୁଗାଁ ବ୍ଲକ ବାସିନ୍ଦା । ଏ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଏ ପ୍ରକାର ବିଫଳ ହୋଇଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କୋରାପୁଟ

ଏହି ସମସ୍ୟାର ସମାଧାନ ପାଇଁ ବନ୍ଧୁଗାଁ ବିକାଶ କମିଟିର ସଦସ୍ୟ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଜଣାଇଛନ୍ତି । ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସେଵା ଯୋଗାଇ ଦେବା ପାଇଁ କେବଳ ଗୋଟିଏ ମାତ୍ର ୧୦୮ ଆମ୍ବୁଲାନ୍ସ ରହିଛି । ଏପଟେ ଗତ ତିନି ମାସ ହେବ ୧୦୨ ଗାଡିଟି ମଧ୍ୟ ଖରାପ ହୋଇପଡିଛି । ତୁରନ୍ତ ଏଠାକାର କୁମ୍ଭାରୀପୁଟ ଓ ଆଡ଼ମଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ଦାବି ହୋଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details