ଓଡିଶା

odisha

By

Published : Aug 24, 2021, 9:54 PM IST

Updated : Aug 24, 2021, 10:43 PM IST

ETV Bharat / state

କୃତ୍ରିମ ମାନବ ଅଙ୍ଗ ପ୍ରସ୍ତୁତ କରି ସେବା ଯୋଗାଉଛି DDRC

କୃତ୍ରିମ ମାନବ ଅଙ୍ଗ ପ୍ରସ୍ତୁତ କରି ସେବା ଯୋଗାଉଛି DDRC । ଅତ୍ୟାଧୁନିକ ଯନ୍ତ୍ରପାତି ଓ ମାନବ ସମ୍ବଳର ରହିଛି ଅଭାବ । ଅଧିକ ପ୍ରଶାସନିକ ସହାୟତା ଦାବି କଲେ DDRC କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

କୃତ୍ରିମ ମାନବ ଅଙ୍ଗ ପ୍ରସ୍ତୁତ କରି ସେବା ଯୋଗାଉଛି DDRC
କୃତ୍ରିମ ମାନବ ଅଙ୍ଗ ପ୍ରସ୍ତୁତ କରି ସେବା ଯୋଗାଉଛି DDRC

କୋରାପୁଟ:କୋରାପୁଟ ସହରରେ ଥିବା ଜିଲ୍ଲା ପୁନର୍ବାସ କେନ୍ଦ୍ର (DDRC) ଗତ ଅନେକ ବର୍ଷ ଧରି କୃତ୍ରିମ ମନୁଷ୍ୟ ଅଙ୍ଗ ତିଆରି କରି ଭିନ୍ନକ୍ଷମଙ୍କୁ ସେବା ଯୋଗାଇ ଆସୁଛି । ସ୍ବଳ୍ପ ମାନବ ସମ୍ବଳରେ କୃତ୍ରିମ ଅଙ୍ଗ ପ୍ରସ୍ତୁତ ଜାରି ରଖିଥିବା ଏହି ଅନୁଷ୍ଠାନର ଜଣେ ଦକ୍ଷ କାରିଗର ହେଉଛନ୍ତି ଅଞ୍ଜନ କୁମାର ସାହୁ । ଏବେ ସୁଦ୍ଧା 500ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ କୃତ୍ରିମ ଅଙ୍ଗ ତଥା ପ୍ରସ୍ତୁତ କରିଥିବା କାରିଗର ଅଞ୍ଜନ ସାହୁ ନିଜ ଦକ୍ଷତା ବେଶ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ଦ୍ବାରା ପ୍ରସ୍ତୁତ କୃତ୍ରିମ ଅଙ୍ଗ ବ୍ୟବହାର କରି କେବଳ ଜିଲ୍ଲାବାସୀ ଯେ ଉପକୃତ ହେଉଛନ୍ତି, ତାହା ନୁହେଁ ଜିଲ୍ଲା ଓ ରାଜ୍ୟ ବାହାରକୁ ମଧ୍ୟ ତାଙ୍କ ପ୍ରସ୍ତୁତ କୃତ୍ରିମ ଅଙ୍ଗ ରପ୍ତାନୀ ହେଉଛି ।

କୃତ୍ରିମ ମାନବ ଅଙ୍ଗ ପ୍ରସ୍ତୁତ କରି ସେବା ଯୋଗାଉଛି DDRC

ସବୁଠାରୁ ବଡ କଥା ହେଲା ଅବିକଳ ମନୁଷ୍ୟ ଅଙ୍ଗର ପ୍ରତିକୃତି ପ୍ରସ୍ତୁତ କରୁଥିବା DDRCରେ ସେମିତି କିଛି ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ନାହିଁ । ଏହି କେନ୍ଦ୍ରର ଅନ୍ୟାନ୍ୟ ସହକର୍ମୀଙ୍କ ସହଯୋଗରେ ସେ ନିରନ୍ତର ଭାବେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କାର୍ଯ୍ୟରେ ଦୀର୍ଘ ବର୍ଷ ହେବ ଲାଗିଛନ୍ତି ଅଞ୍ଜନ । ତେବେ ରାଜ୍ୟର ଅନେକ ଭିନ୍ନକ୍ଷମଙ୍କ ସାହାରା ପାଲଟିଥିବା ଏହି କେନ୍ଦ୍ରରେ ଆବଶ୍ୟକୀୟ ଆଧୁନିକ ଭିତ୍ତିଭୂମି ନାହିଁ । ଏଠାରେ ନୂତନ ଯନ୍ତ୍ରପାତି ଓ ମାନବ ସମ୍ବଳର ଆବଶ୍ୟକତା ଥିବା କେନ୍ଦ୍ର ପରିଚାଳିକା ପ୍ରେମଦାନୀ କିଣ୍ଡୋ କହିଛନ୍ତି । ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୀମାଞ୍ଚଳ ମହାପାତ୍ର ଏହି କେନ୍ଦ୍ରରେ ଆବଶ୍ୟକୀୟ ଉପକରଣ ଓ ମାନବ ସମ୍ବଳ ଯୋଗାଇଦେବା ପାଇଁ ଯୋଜନା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Aug 24, 2021, 10:43 PM IST

ABOUT THE AUTHOR

...view details