ଓଡିଶା

odisha

ETV Bharat / state

ଚାଷୀଙ୍କ ଉତ୍ପାଦିତ ତୈଳରୁ ତିଆରି ହେବ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଦ୍ବିଗୁଣିତ ହେବ ଆୟ - ୟୁପିର ସିଏସଆଇଆରର ବୈଜ୍ଞାନିକ

ଚାଷୀଙ୍କ ସୁଗନ୍ଧିତ ତୈଳରୁ ତିଆରି ହେବ ସାବୁନ, ଫିନାଇଲ ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ଚାଷୀଙ୍କୁ ତାଲିମ ଦେଉଛନ୍ତି ୟୁପିର ସିଏସଆଇଆରର ବୈଜ୍ଞାନିକ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Nov 18, 2023, 4:21 PM IST

Koraput oil farmers

କୋରାପୁଟ: ଜିଲ୍ଲାର ତୈଳ ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କ ଉତ୍ପାଦିତ ତୈଳରୁ ତିଆରି ହେବ ସାବୁନ, ଫିନାଇଲ, ମଲମ ପରି ନିତ୍ୟ ବ୍ୟବହାର ଉପଯୋଗୀ ସାମଗ୍ରୀ । ଯାହା ଫଳରେ ଅଧିକ ଅର୍ଥ ଉପାର୍ଜନ କରିପାରିବେ ତୈଳ ଚାଷୀ । ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ସିଏସଆଇଆର କେନ୍ଦ୍ରୀୟ ଔଷଧୀୟ ଏବଂ ସୁଗନ୍ଧିତ ଉଦ୍ଧିତ ସଂସ୍ଥା , କୋରାପୁଟ ଜିଲ୍ଲା ପ୍ରଶାସନ ଓ ଓରମାସ ସହଯୋଗରେ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବାକୁ ଏପରି ପ୍ରୟାସ ଆରମ୍ଭ ହୋଇଛି । ଏନେଇ ଜିଲ୍ଲାରେ ଆୟୋଜିତ ଏକ ଶିବିରରେ ଚାଷୀଙ୍କୁ ସିଏସଆଇଆରର ବୈଜ୍ଞାନିକଙ୍କ ଦ୍ବାରା ତାଲିମ ପ୍ରଦାନ କରାଯାଇଥିବା ଅର୍ମାସର କୋରାପୁଟ ଜିଲ୍ଲା ଅଧିକାରୀ ରୋଷନ କାର୍ତ୍ତିକ ସୂଚନା ଦେଇଛନ୍ତି । ଆୟୋଜିତ ଶିବିରରେ ଲେମନ ଗ୍ରାସ, ମେନ୍ଥ, ଗୋଲାପ, କରଞ୍ଜ ତୈଳ ଚାଷୀ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଗୁଆଁର ଚାଷ ଦେଇଛି ପରିଚୟ, ଅଭାବୀ ବିକ୍ରିକୁ ନେଇ ହତାଶ ଚାଷୀ

ଏନେଇ ସିଏସାଇଆରର ନିର୍ଦେଶକ ଅଜିତ କୁମାର ଶସାନୀ କହିଛନ୍ତି ଯେ, ସିଏସଆଇଆର- ସିମେପ ପାରସ୍ପରିକ ଜ୍ଞାନ ଏବଂ ନୂତନ ଜୈବିକ କ୍ରିୟାଶୀଳ ଅଣୁ ଅନୁସନ୍ଧାନକାରୀ ଗବେଷଣା ଜନିତ ଜ୍ଞାନକୁ ବ୍ୟବହାର କରି ବହୁତ ଗୁଡିଏ ଅବିଷାକ୍ତ, ନିରାପଦ ଏବଂ ଔଷଧୀୟ ଚେରମୂଳି ଦ୍ବାରା ଉତ୍ପାଦ ଉଦ୍ଭାବନ କରାଯାଇଛି । ବର୍ତ୍ତମାନ ବଜାରରେ ମେସିନ ତୁଳନାରେ ହାତରେ ତିଆରି ଜିନିଷର ଚାହିଦା ଅଧିକ ରହିଛି । କ୍ଷୁଦ୍ର ଉଦ୍ୟୋଗୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବଜାରରେ ମଧ୍ୟ ଅଧିକ ରହିବ । ଚାଷୀଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି । ଅନେକ ସ୍ଥାନରେ ଉପଯୁକ୍ତ ମାର୍ଗ ଦର୍ଶନ ଫଳରେ ଚାଷୀଙ୍କ ଆୟ ଦଶଗୁଣ ମଧ୍ୟ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ-କୋରାପୁଟରେ ଅଳେଇଚ ଚାଷକୁ ନେଇ ନୂଆ ସମ୍ଭାବନା, ଲାଭବାନ ହେବେ ଚାଷୀ

ବୈଜ୍ଞାନିକ ପ୍ରଶାନ୍ତ କୁମାର ରାଉତ କହିଛନ୍ତି ଯେ, କୋରାପୁଟ ମାଟିର ଉନ୍ନତ ଗୁଣବତ୍ତା ଯୋଗୁ ଏଠାରେ ଉତ୍ପାଦିତ ହେଉଥିବା ପ୍ରତିଟି ଦ୍ରବ୍ୟର ଚାହିଦା ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଅଧିକ ରହିଛି । ନିତ୍ୟ ବ୍ୟବହାର ଯୋଗ୍ୟ ଦ୍ରବ୍ୟରେ ରୂପାନ୍ତରିତ କରାଯାଇପାରିଲେ ଚାଷୀ ବହୁତ ଲାଭବାନ ହୋଇପାରିବେ । ସିଏସଆଇଆର– ସିମେପ ଦ୍ବାରା ବିଭିନ୍ନ ଔଷଧୀୟ ଦ୍ରବ୍ୟକୁ ବଜାରରେ ବିକ୍ରି କରାଯାଇ ଚାଷୀଙ୍କ ଲାଭକୁ ବହୁ ମାତ୍ରାରେ ବୃଦ୍ଧି କରାଯାଇଥିବା ବେଳେ ତାହା କୋରାପୁଟର ଚାଷୀଙ୍କ କ୍ଷେତ୍ରରେ ମଧ୍ୟ ସମ୍ଭବ ହୋଇପାରିବ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details