ଓଡିଶା

odisha

ETV Bharat / state

ଅଭିଯୋଗକାରୀ ହିଁ ଅଭିଯୁକ୍ତ, ପୋଲିସ ପଣ୍ଡ କଲା ଡକାୟତି ନାଟକ - ଅଭିଯୋଗକାରୀ ହିଁ ଅଭିଯୁକ୍ତ

ନିଜେ ଡ଼କାୟତି କରି ଥାନାରେ ଦେଲେ ଅଭିଯୋଗ । କିନ୍ତୁ ପୋଲିସର ଜେରାରୁ ବର୍ତ୍ତି ପାରିନଥିଲେ ଅଭିଯୁକ୍ତ । କହୁ କହୁ ସବୁ ସତ କଥା କହିଦେଇଥିଲେ । ନିଜେ ହିଁ ନାଟକର ଭିଲେନ ପାଲଟିଥିବା ମାନିଥିଲେ ତିନି ଅଭିଯୁୁକ୍ତ ।

dacoity-drama
dacoity-drama

By

Published : Dec 17, 2019, 11:11 AM IST

କୋରାପୁଟ: ଅଭିଯୋଗକାରୀଙ୍କ ମୁଖା ଖୋଲି ପୋଲିସ ପଣ୍ଡ କଲା ଡକାୟତିର ନାଟକ । ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଠାରେ । କୋରାପୁଟର ରାଜୁ ସଗରିଆ, ସୁନାବେଡାର ମୃତ୍ୟୁଞ୍ଜୟ ଦାସ ଓ କୁନ୍ଦୁରାର ମଣ୍ଟୁ ସାମନ୍ତ ସୋମବାର ସକାଳେ ପଟ୍ଟାଙ୍ଗି ଥାନାରେ ଟଙ୍କା ଡ଼କାୟତି ହୋଇଥିବା ନେଇ କରିଥିଲେ ଅଭିଯୋଗ ।

ଅଭିଯୋଗକାରୀ ହିଁ ଅଭିଯୁକ୍ତ, ପୋଲିସ ପଣ୍ଡ କଲା ଡକାୟତି ନାଟକ

ସେମାନଙ୍କ କହିବାନୁଯାୟୀ କୋରାପୁଟର ମାଛ ବ୍ୟବସାୟୀ ସୁଶାନ୍ତ କୁମାର ବାରିକଙ୍କ ଠାରୁ 12,80,000ଟଙ୍କା ନେଇ ଏକ ଟ୍ରକ ଯୋଗେ କାକିନାଡ଼ାରୁ ମାଛ କିଣିବା ପାଇଁ ରବିବାର ରାତିରେ ଯାଉଥିଲେ । କିନ୍ତୁ ସେମାନେ ରାଲେଗାଡ଼ା ଠାରେ ଏକ ହୋଟେଲରେ ଖାଉଥିବା ସମୟରେ କେହି ଜଣେ ସେମାନଙ୍କ ଟ୍ରକର ଗ୍ଲାସ ଭାଙ୍ଗି ସମସ୍ତ ଟଙ୍କା ନେଇଯାଇଥଲେ । କିନ୍ତୁ ପୋଲିସ ସେମାନଙ୍କ ମୋବାଇଲ ଫୋନରୁ ସେ ପର୍ଯ୍ୟନ୍ତ କରାଯାଇଥିବା କଲ ଗୁଡିକୁ ପରୀକ୍ଷା କରି ସେମାନଙ୍କ ଅଭିଯୋଗ ଏକ ନାଟକ ବୋଲି ଜାଣିବା ପରେ ଅଭିଯୋଗକାରୀଙ୍କୁ ଜେରା ଆରମ୍ଭ କରିଥିଲେ ।

ଜେରା କରିବାର କିଛି ସମୟ ମଧ୍ୟରେ ହିଁ ସେମାନଙ୍କ ମୁହଁରୁ ସତ୍ୟ ବାହାରି ଆସିଥିଲା ଓ ସମସ୍ତ ଟଙ୍କା କୋରାପୁଟର ପୁଚିଲା ସାହିରେ ରହୁଥିବା ଜନୈକ କ୍ଷମା ମହାନ୍ତି ଘରେ ରଖିଥିବାର ସୂଚନା ଦେଇଥିଲେ । ପୋଲିସ ତୁରନ୍ତ କ୍ଷମା ମହାନ୍ତିର ଘରେ ପହଁଚି ତଲାସ କରି 9,80,000 ଜବତ କରିବାରେ ସକ୍ଷମ ହୋଇଥିଲା । ଅଭିଯୋଗ କରିଥିବା ତିନି ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ କ୍ଷମା ମହାନ୍ତି ନିଖୋଜ ଥିବା ସୂଚନା ଦେଇଛି ପୋଲିସ ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details