ଓଡିଶା

odisha

By

Published : Nov 2, 2019, 11:03 PM IST

ETV Bharat / state

କମିବ ସାଇବର କ୍ରାଇମ, ଖୋଲିବ ସ୍ବତନ୍ତ୍ର ଥାନା

କୋରାପୁଟ ଜିଲ୍ଲା ଜୟପୁର ଠାରେ ଖୁବ୍ ଶୀଘ୍ର ଏକ ସ୍ବତନ୍ତ୍ର ଥାନା ଖୋଲାଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶ ବି.କେ ଶର୍ମା ।

ଜୟପୁରରେ କମିବ ସାଇବର କ୍ରାଇମ, ଖୋଲିବ ସ୍ବତନ୍ତ୍ର ଥାନା

କୋରାପୁଟ: ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଜୟପୁରରେ ଖୋଲିବ ସ୍ବତନ୍ତ୍ର ଥାନା । ଏନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମା । ମାଓ ଦମନ ନେଇ ସମୀକ୍ଷା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ସେ ।

ଜୟପୁରରେ କମିବ ସାଇବର କ୍ରାଇମ, ଖୋଲିବ ସ୍ବତନ୍ତ୍ର ଥାନା

ଶନିବାର କୋରାପୁଟ ଗସ୍ତରେ ଆସିଥିଲେ ପୋଲିସ ଡିଜି । କୋରାପୁଟ ମୁଖ୍ୟତଃ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏହାକୁ ଦମନ କରିବା ଓ ଏହି ଅଞ୍ଚଳରେ କିଭଳି ଉନ୍ନତି କରାଯାଇପାରିବ ସେ ନେଇ ସମୀକ୍ଷା କରିଛନ୍ତି ସେ । ତେବେ ପ୍ରଶାସନର ବିଭିନ୍ନ ବିଭାଗ ସହିତ ସମନ୍ବୟ ରକ୍ଷା କରି ସାମଗ୍ରିକ ବିକାଶ ସାଧନ ମାଧ୍ୟମରେ ମାଓବାଦୀଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣିବାର ଯୋଜନା ରହିଥିବା ଡିଜି ସୂଚନା ଦେଇଛନ୍ତି ।

ଏହି ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହେଉଥିବା ବେଳେ ତା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପୋଲିସ ସଫଳ ହୋଇଥିବା ସେ କହିଛନ୍ତି । ତେବେ ଏ ପର୍ଯ୍ୟନ୍ତ ବିଚ୍ଛିନ୍ନ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷ ଉପରେ ନିୟନ୍ତ୍ରଣ ଅଣାଯାଇପାରି ନଥିବା ସେ ସ୍ବୀକାର କରିବା ସହ ଏହା ଉପରେ କାମ କରାଯାଉଥିବା କହିଛନ୍ତି । ଏଥିସହ ଖୁବଶିଘ୍ର ପୋଲିସ ବିଭାଗରେ ଥିବା ଖାଲି ସ୍ଥାନ ଗୁଡିକୁ ପୂରଣ କରାଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ଡିଜିପିଙ୍କ ସହିତ ଏଡିଜି ଆରପି କୋଚ୍ଚେ, ଗୁଇନ୍ଦା ବିଭାଗର ଏଡିଜି ଆର୍.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର ଓ ଦକ୍ଷିଣ-ପଶ୍ଚିମାଞ୍ଚଳର ଡିଆଇଜି ସଫିନ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details