ଓଡିଶା

odisha

ETV Bharat / state

ଶିଶୁସଦନରେ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କଲା ସିଡବ୍ଲ୍ୟୁସି

କୋରାପୁଟ ଜିଲ୍ଲାରେ ସରକାରୀ ଅନୁଦାନରେ ପରିଚାଳିତ ହେଉଥିବା ଶିଶୁସଦନ ଗୁଡିକରେ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି କୋରାପୁଟ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଗାୟତ୍ରୀ ଦେବୀ । ଅଧିକ ପଢନ୍ତୁ...

By

Published : Dec 8, 2020, 11:45 AM IST

ଶିଶୁସଦନରେ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ
ଶିଶୁସଦନରେ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ

କୋରାପୁଟ: ଶିଶୁସଦନରେ ପିଲାଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ । କୋରାପୁଟ ଜିଲ୍ଲାରେ ସରକାରୀ ଅନୁଦାନରେ ପରିଚାଳିତ ହେଉଥିବା ଶିଶୁସଦନ ଗୁଡିକରେ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି କୋରାପୁଟ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଗାୟତ୍ରୀ ଦେବୀ ।

ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କଲା ସିଡବ୍ଲ୍ୟୁସି

ଜୟପୁରସ୍ଥିତ ଏକ ଶିଶୁସଦନରେ ଜଣେ ଅଭିଭାବକଙ୍କୁ ତାଙ୍କ ପିଲାଙ୍କ ସହ ଦେଖା କରାଇ ନଦେବା ଘଟଣାରେ ପ୍ରତିକ୍ରିୟା ରଖି ସେ ସନ୍ଦେହବ୍ୟକ୍ତ କରିଛନ୍ତି । ନିକଟ ଅତୀତରେ ଜୟପୁରର ଗୋଟିଏ ଶିଶୁସଦନରେ 2ଜଣ ଶିଶୁଙ୍କ ଅସ୍ବଭାବିକ ମୃତ୍ୟୁ ହେବା ଓ କିଛି ଶିଶୁସଦନରୁ ପିଲା ହଜିଯିବା ଓ ବର୍ତମାନ ସିଡବ୍ଲ୍ୟୁସିର ନିର୍ଦ୍ଦେଶ ପରେ ମଧ୍ୟ ଜଣେ ପିତାଙ୍କୁ ତାଙ୍କ ପିଲାଙ୍କ ସହିତ ସାକ୍ଷାତ କରାଇ ନଦେବା ଏହି ଶିଶୁସଦନ ଗୁଡିକରେ ଶିଶୁଙ୍କ ସୁରକ୍ଷା ଏକ ଚିନ୍ତାର ବିଷୟ ପାଲଟିଥିବା ସେ କହିଛନ୍ତି ।

ଜନୈକ ମହିଳାଙ୍କ ଆତ୍ମହତ୍ୟା ପରେ ତାଙ୍କ ସ୍ବମୀଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇଥିଲା । ମା' ଛେଉଣ୍ଡ 4ଜଣ ପିଲାଙ୍କୁ ଜୟପୁରସ୍ଥିତ ଏକ ଶିଶୁସଦନରେ ସିଡବ୍ଲ୍ୟୁସି ଦ୍ବାରା ରଖାଯାଇଥିଲା । କିନ୍ତୁ ଯେତେବେଳେ ସେହି ପିଲାଙ୍କ ପିତା ଜେଲରୁ ମୁକୁଳି ଘରକୁ ଫେରିଲେ, ସେ ତାଙ୍କ ପୁଅ ଝିଅଙ୍କୁ ମିଶିବା ପାଇଁ ସେହି ସଂସ୍ଥାକୁ ଯାଇଥିଲେ । କିନ୍ତୁ ବାରମ୍ବାର ଯିବା ସ୍ବତ୍ତ୍ବେ ତାଙ୍କୁ ପିଲାଙ୍କ ସହ ମିଶିବା ତ ଦୂରେ ଥାଉ,ଦେଖିବାକୁ ମଧ୍ୟ ସୁଯୋଗ ଦେଇ ନଥିବା ସେ ଅଭିଯୋଗ କରିଛନ୍ତି ।

ତେଣୁ ସେ ବାଧ୍ୟହୋଇ ସିଡବ୍ଲ୍ୟୁସି ନିକଟରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ସମସ୍ତ ଅଭିଯୋଗକୁ ଶିଶୁସଦନ ଚଳାଉଥିବା ସଂସ୍ଥାର କର୍ମକର୍ତ୍ତା ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ବାପା ଓ ପିଲାଙ୍କୁ ମିଶିବାର ସୁଯୋଗ ଦିଆଯାଇଥିବା ସତ୍ତ୍ବେ ଏହିପ୍ରକାର ନିରାଧାର ଅଭିଯୋଗ ଆସିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ।

କୋରାପୁଟ ଜିଲ୍ଲାରେ ସମୁଦାୟ 11 ଟି ପଞ୍ଜିକୃତ ଶିଶୁସଦନ ରହିଥିବା ବେଳେ ସେଥିରେ ସମୁଦାୟ 250 ରୁ ଉର୍ଦ୍ଧ୍ବ ଶିଶୁ ରହୁଥିବା ଜଣାପଡିଛି । ଏହି ଶିଶୁସଦନ ଗୁଡିକର କାର୍ଯ୍ୟକାରିତା, ସେଠାରେ ପିଲାଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧାସୁଯୋଗ, ଶିଶୁ କୈନ୍ଦ୍ରିକ ପରିବେଶ ତଥା ସଂସ୍ଥାର ଶିଶୁଙ୍କ ପ୍ରତି ବ୍ୟବହାର ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details