କୋରାପୁଟ:ବିଭିନ୍ନ ଦେଶର ମୁଦ୍ରା ସମ୍ପର୍କରେ ଜ୍ଞାନ ଅର୍ଜନ ଏବଂ ମୁଦ୍ରା ସଂଗ୍ରହ ହେଉଛି ଏକ ଆକର୍ଷଣୀୟ ହବି ଯାହା ନ୍ୟୁଜିମାଟିକ୍ସ ଭାବରେ ଜଣାଶୁଣା । ସଶସ୍ତ୍ର ବାହିନୀର କାର୍ଯ୍ୟରତ ମିତେଶ ରଞ୍ଜନ ସାହୁ ମୁଦ୍ରା ସଂଗ୍ରହ ନିଶାରେ ପଡିଛନ୍ତି । ସେ ଦୀର୍ଘ 25 ବର୍ଷ ହେବ ଏହି ମୁଦ୍ରା ସଂଗ୍ରହ କରୁଛନ୍ତି । ସେ ବର୍ତ୍ତମାନ କୋରାପୁଟ ମଣ୍ଡଳ କାରାଗାରରେ ନିୟୋଜିତ ଅଛନ୍ତି । ଆଜି ମିତେଶ ସଂଗୃହିତ ମୁଦ୍ରାଗୁଡିକୁ କୋରପୁଟ ସ୍ଥିତ ଏକ ଶିକ୍ଷା କେନ୍ଦ୍ରରେ ପ୍ରଦର୍ଶିତ କରିଛନ୍ତି । ଏହି ମୁଦ୍ରା ପ୍ରଦର୍ଶନୀ ଦେଖିବା ପାଇଁ ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମୁଦ୍ରା, ତାର ପ୍ରକାର ଭେଦ ଓ ଇତିହାସ ସମ୍ପର୍କରେ ଜାଣିବା ପାଇଁ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।
ସୂଚନା ଯୋଗ୍ୟ ମିତେଶ ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲେ, ସେହି ସମୟରେ ଦୁବାଇରେ କାର୍ଯ୍ୟରତ ଜଣେ ସମ୍ପର୍କୀୟ ଆଣିଦେଇଥିବା କିଛି ବିଦେଶୀ ମୁଦ୍ରା ତାଙ୍କ ମଧ୍ୟରେ ମୁଦ୍ରା ସଂଗ୍ରହ କରିବା ପାଇଁ ଆଗ୍ରହ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ଦୀର୍ଘ 25 ବର୍ଷ ଧରି ମୁଦ୍ରା ସଂଗ୍ରହ କରିଆସୁଛନ୍ତି । ବର୍ତ୍ତମାନ ସୁଧା ସେ ଦେଶ ବିଦେଶର 2000ରୁ ଊର୍ଦ୍ଧ୍ବ ମୁଦ୍ରା ସଂଗୃହିତ କରିପାରିଛନ୍ତି ।
ଏହା ମଧ୍ୟ ପଢନ୍ତୁ.....ଦେଶ ବିଦେଶ ମୁଦ୍ରା ସଂଗ୍ରହ ନିଶାରେ ବାଲାଜୀ, ଘରେ ତିଆରି କରିଛନ୍ତି ମୁଦ୍ରା ମ୍ୟୁଜିୟମ