କୋରାପୁଟ: ଲମତାପୁଟ ବ୍ଲକ ସିଲିପଣ୍ଡି ଗାଁର ପଥର କ୍ରସର ୟୁନିଟରେ ଗୁଳିକାଣ୍ଡ ଘଟଣା । ବୁଧବାର କ୍ରଶର ମ୍ୟାନେଜର ପ୍ରସାଦ ରାଓଙ୍କୁ ଗୁଳି କରି 50 ହଜାର ଟଙ୍କା ଲୁଟିଥିଲେ ଦୁର୍ବୃତ୍ତ । ସେପଟେ ପୋଲିସ ଗୁଳିରେ ଗାଁର ଲକ୍ଷ୍ମଣ ଶୀଶା ଆହତ ହୋଇଥିବା କହିଛନ୍ତି କୋରାପୁଟ ଏସପି ମୁକେଶ କୁମାର ଭାମୁ ।
ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ଧରି ଏହି ଅଞ୍ଚଳରେ ସକ୍ରିୟ ଥିବା ଛଅ ଜଣିଆ ଲୁଟେରା ଗ୍ୟାଙ୍ଗ । ପ୍ରସାଦ ରାଓଙ୍କୁ ଡରାଇ ଧମକାଇ ସବୁ ବେଳେ ବଟି ଆଦାୟ କରୁଥିଲେ । ବୁଧବାର ତାଙ୍କୁ 45 ମିନିଟ୍ ଭିତରେ 10 ଲକ୍ଷ ଟଙ୍କା ଦେବା ପାଇଁ ଟେଲିଫୋନ ଯୋଗେ ଦାବି କରାଯାଇଥିଲା । ଏବାବଦରେ ପୋଲିସକୁ ସୂଚନା ଦେଇଥିଲେ କ୍ରସର ମ୍ୟାନେଜର । ତେବେ ଲୁଟେରା ଗ୍ୟାଙ୍ଗ ରାତିରେ କ୍ରଶର ପାଖକୁ ଯାଇ ମ୍ୟାନେଜରଙ୍କୁ ଗୁଳି କରିବା ସହ 50 ହଜାର ଟଙ୍କା ଲୁଟିନେଇଥିଲେ ।
ଅଧିକ ପଢନ୍ତୁ: କ୍ରସର ୟୁନିଟରେ ଟଙ୍କା ଆଦାୟ ନେଇ ଗୁଳିକାଣ୍ଡ