କୋରାପୁଟ: ଗୋମାତାକୁ ନେଇ ଭାରତୀୟ ସଭ୍ୟତା ଓ ସଂସ୍କୃତିରେ ରହିଛି ବିଶେଷ ମହତ୍ତ୍ଵ। ଗୋମାତାଙ୍କ ଦୁଗ୍ଧ ଓ ଗୋବର ମନୁଷ୍ୟର ଅନେକ ଉପକାର କରୁଥିବାବେଳେ ହାଇବ୍ରିଡ ଗାଈଙ୍କ ପାଇଁ ଦେଶୀ ଗାଈଙ୍କ ପ୍ରାଧାନ୍ୟ କମୁଥିବା ଦେଖିବାକୁ ମିଳିଛି । ଆଉ ଏହି ଅବହେଳିତ ଗାଈଙ୍କୁ ନେଇ କୋରାପୁଟ ଜୟପୁରରରେ ଗଠି ଉଠିଛି ମହର୍ଷି ସନ୍ଦିପନୀ ଗୋଶାଳା।
ନିସ୍ବାର୍ଥପର ଗୋସେବା କରିବା ସହ ଅଦରକାରୀ ଓ ଅବହେଳିତ ହୋଇ ରାସ୍ତାରେ ବୁଲୁଥିବା ଗାଈଙ୍କୁ ଉଦ୍ଧାର କରି ସେମାନଙ୍କର ଉପଯୁକ୍ତ ଥଇଥାନ କରିବା ଉଦ୍ଦେଶ୍ୟରେ କିଛି ବ୍ୟକ୍ତି ଆଗେଇ ଆସିଥିଲେ। ଆଉ ୨୦୧୫ ମସିହାରେ ଜୟପୁର ସହର ଉପକଣ୍ଠରେ ଏକ ପୌରପରିଷଦର ପରିତ୍ୟକ୍ତ ସ୍ଥାନରେ ନିର୍ମାଣ କରିଥିଲେ ଗୋଶାଳା।