ଓଡିଶା

odisha

ETV Bharat / state

କୋରାପୁଟରେ ଆରମ୍ଭ ହେବ କୋଭିଡ ସ୍ୱାବ ନମୁନା ପରୀକ୍ଷା

ଆସନ୍ତା ମେ 23ରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରତିଷ୍ଠା ହେବ କୋଭିଡ ସ୍ୱାବ ନମୁନା ପରୀକ୍ଷା କରୁଥିବା ଯନ୍ତ୍ର । ଅଧିକ ପଢନ୍ତୁ...

Covid Swab sample test will start in Koraput
କୋରାପୁଟରେ ଆରମ୍ଭ ହେବ କୋଭିଡ ସ୍ୱାବ ନମୁନା ପରୀକ୍ଷା

By

Published : May 15, 2020, 5:43 PM IST

କୋରାପୁଟ: ଆସନ୍ତା ମେ 23ରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରତିଷ୍ଠା ହେବ କୋଭିଡ ସ୍ୱାବ ନମୁନା ପରୀକ୍ଷା କରୁଥିବା ଯନ୍ତ୍ର । ଶୁକ୍ରବାର ଏହି ୟୁନିଟରେ ମୁଖ୍ୟ ଯନ୍ତ୍ରଟି ପହଞ୍ଚିଥିବା ବେଳେ ତାର ଆନୁସଙ୍ଗିକ ଯନ୍ତ୍ରପାତି ବ୍ରହ୍ମପୁରରୁ ଆସିବ । ଏହା ପରେ ଏହି କେନ୍ଦ୍ରଟି କାର୍ଯ୍ୟ ଆରମ୍ଭ କରିବ ବୋଲି ମେଡିକାଲ କଲେଜର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ବିଶ୍ବାଳ କହିଛନ୍ତି ।

କୋରାପୁଟରେ ଆରମ୍ଭ ହେବ କୋଭିଡ ସ୍ୱାବ ନମୁନା ପରୀକ୍ଷା

ଏହି ୟୁନିଟରେ ଏକ ଉଚ୍ଚମାନର ଯନ୍ତ୍ର ବସିବାକୁ ଥିବା ବେଳେ ଏବେ ଖୋଲିବାକୁ ଥିବା ୟୁନିଟରେ ଦିନକୁ କେବଳ 8 ଟି ନମୁନାର ପରୀକ୍ଷା କରାଯାଇପାରିବ ବୋଲି ଡାକ୍ତର ବିଶ୍ୱାଳ କହିଛନ୍ତି । ତେବେ ଭବିଷ୍ୟତରେ ଏହି କ୍ଷୁଦ୍ର ୟୁନିଟ ସ୍ଥାନରେ ପୂର୍ବରୁ ଚର୍ଚ୍ଚା ହୋଇଥିବା ଉଚ୍ଚଶକ୍ତି ସମ୍ପନ୍ନ ଯନ୍ତ୍ର ଲଗାଇବାର ଯୋଜନା ଥିଲା ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details