ଓଡିଶା

odisha

ETV Bharat / state

ଲକଡାଉନର ପ୍ରଥମ ଦିନ, ଅମାନିଆ ଗଣିଲେ ଫାଇନ - ଲକଡାଉନର ପ୍ରଥମ ଦିନ

ଆଜି କୋରାପୁଟରେ 15 ଦିନିଆ ଲକଡାଉନର ପ୍ରଥମ ଦିନରେ ଅମାନିଆ ଗଣିଲେ ଜରିମାନା ରାଶି । ଅଧିକ ପଢନ୍ତୁ...

covid-checking-very-strict-in-koraput
ଲକଡାଉନର ପ୍ରଥମ ଦିନ, ଅମାନିଆ ଗଣିଲେ ଫାଇନ

By

Published : May 5, 2021, 5:47 PM IST

କୋରାପୁଟ: ଆଜି(ବୁଧବାର) କୋରାପୁଟରେ 15 ଦିନିଆ ଲକଡାଉନର ପ୍ରଥମ ଦିନରେ ଅମାନିଆ ଗଣିଲେ ଜରିମାନା ରାଶି ।

ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ କହିବାନୁଯାୟୀ, ଆଜି ସକାଳୁ ନିୟନ୍ତ୍ରିତ ଅବସ୍ଥାରେ ପରିବା ଓ ଡାଲି ଚାଉଳ ଦୋକାନ ସାଙ୍ଗକୁ ଟେକ ଆୱେ ରେସ୍ତାେରାଁ ଖୋଲାଯାଇଥିବାବେଳେ ଲୋକଙ୍କୁ ନିଜ ଘରଠାରୁ 500 ମିଟର ପରିଧି ମଧ୍ୟରେ ଚାଲିଚାଲି ନିଜର ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ କିଣି ନେବା ପାଇଁ ଅନୁମତି ଦିଆଯାଇଥିଲା । ତେବେ ଅନେକ ବ୍ୟକ୍ତି ଗାଡି ଧରି ବିନା କାରଣରେ ବୁଲାବୁଲି କରିବା ଦେଖାଯାଇଥିଲା ।

ଲକଡାଉନର ପ୍ରଥମ ଦିନ, ଅମାନିଆ ଗଣିଲେ ଫାଇନ

ଜାତୀୟ ରାଜପଥରେ ମଟର ସାଇକଲ ଓ ଅନ୍ୟାନ୍ୟ ଗାଡିକୁ ଅଟକାଇ ସେମାନଙ୍କଠାରୁ ଫାଇନ ସଂଗ୍ରହ କରାଯିବା ସହ ଦୋକାନ ବଜାରରେ ଅମାନିଆ ହେଉଥିବା ଲୋକଙ୍କୁ ଓ ଦୋକାନିଙ୍କୁ ମଧ୍ୟ ତାଗିଦ କରି ଜରିମାନା ସଂଗ୍ରହ କରାଯାଇଥିବା ସେ ଜଣାଇଛନ୍ତି ।

ମଧ୍ୟାହ୍ନ 12 ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଥିବା ଯୋଗୁଁ ରାସ୍ତାଘାଟ ଖାଁ ଖାଁ ଦେଖାଯାଇଛି । ପୋଲିସ ମଧ୍ୟ ପେଟ୍ରୋଲିଂ ଜୋରସୋରରେ କରୁଥିବା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details