ଓଡିଶା

odisha

By

Published : Mar 17, 2020, 7:03 PM IST

Updated : Mar 17, 2020, 8:37 PM IST

ETV Bharat / state

କୋର୍ଟରେ କୋରୋନା ମୁକାବିଲା, ହାତ ଧୋଇବେ ଓକିଲ ମହକିଲ

କୋରନା ଭାଇରସକୁ ମୁକାବିଲା କରିବା ପାଇଁ କୋରାପୁଟ ଜିଲ୍ଲାର ବାର୍ ଆସୋସିଏସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରୋନା ଭୁତାଣୁର ପ୍ରଭାବକୁ ରୋକିବା ପାଇଁ କୋର୍ଟ ପରିସରରେ କିପରି ଭିଡ ନିୟନ୍ତ୍ରଣ କରାଯିବ ସେନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅଯଥା ଭିଡକୁ କମାଇ କୋର୍ଟରେ କୋରୋନାକୁ କରାଯିବ ମୁକାବିଲା
ଅଯଥା ଭିଡକୁ କମାଇ କୋର୍ଟରେ କୋରୋନାକୁ କରାଯିବ ମୁକାବିଲା

କୋରାପୁଟ: କୋରନା ଭାଇରସକୁ ମୁକାବିଲା କରିବା ପାଇଁ କୋରାପୁଟ ଜିଲ୍ଲାରେ ଚାଲିଛି ସଚେତନତା । କୋରୋନା ଭୁତାଣୁର ପ୍ରଭାବକୁ ରୋକିବା ପାଇଁ କୋର୍ଟ ପରିସରରେ କିପରି ଭିଡ ନିୟନ୍ତ୍ରଣ କରାଯିବ ସେନେଇ କୋରାପୁଟ ବାର୍ ଆସୋସିଏସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୋରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଏହାର ପ୍ରଭାବରୁ ସୁରକ୍ଷିତ ରହିବାର ବିଭିନ୍ନ ଉପାୟ ସମ୍ପର୍କରେ ଚର୍ଚ୍ଚା କରାଯାଇଛି ।

ଅଯଥା ଭିଡକୁ କମାଇ କୋର୍ଟରେ କୋରୋନାକୁ କରାଯିବ ମୁକାବିଲା

ସଦସ୍ୟମାନଙ୍କ ସାମୁହିକ ନିଷ୍ପତ୍ତି କ୍ରମେ ଜିଲ୍ଲାଜଜଙ୍କ ଏ ସମ୍ପର୍କରେ ଦେବାକୁ ଥିବା ନିର୍ଦେଶକୁ ଅପେକ୍ଷା କରାଯିବା ସହ କୋର୍ଟ ପରିସରରେ ଓକିଲ ଓ ସେମାନଙ୍କ ମହକିଲ କିପରି ହାତ ଧୋଇବେ, ପରସ୍ପର ଠାରୁ ଦୁରତାକୁ ବଜାୟ ରଖିବେ ଓ ଅଯଥାରେ ଗହଳି ନକରିବା ଭଳି ପଦକ୍ଷେପ ନେଇପାରିବେ ସେ ସମ୍ପର୍କରେ ପ୍ରୟାସ ଆରମ୍ଭ କରାଯାଇଛି ।

ଅତି ମାତ୍ରାରେ ଆବଶ୍ୟକ ହେଉଥିବା ମାମଲା ବ୍ୟତୀତ ସାଧାରଣ ମାମଲା ଗୁଡିକରେ ଜେଲରେ ଦିନ କାଟୁଥିବା ମହକିଲଙ୍କୁ ମଧ୍ୟ କୋର୍ଟରେ ବ୍ୟକ୍ତିଗତ ଉପସ୍ଥାନକୁ ବାଧ୍ୟତାମୂଳକ କରାନଯାଇ ଏଥିରେ କୋହଳ କରାଯାଇଥିବା ବାର ଆସୋସିଏସନର ସଭାପତି ସୁଦର୍ଶନ ଗୌଡ଼ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Mar 17, 2020, 8:37 PM IST

ABOUT THE AUTHOR

...view details