କୋରାପୁଟ:ଜିଲ୍ଲାର ପାଞ୍ଚଟି ସ୍ଥାନରେ ଆସନ୍ତା 16 ତାରିଖ ଦିନ କୋଭିଡ ଭ୍ୟାକ୍ସିନର ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ଏ ନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା ସୋମବାର ସୂଚନା ଦେଇଛନ୍ତି ।
ଆସନ୍ତା 16ରେ କୋରାପୁଟର 5 ସ୍ଥାନରେ ହେବ ଟୀକାକରଣର ଶୁଭାରମ୍ଭ ଜିଲ୍ଲାରେ ସମୁଦାୟ 39ଟି କୋଲ୍ଡ ଚେନ ପଏଣ୍ଟରେ ପ୍ରଥମ ପର୍ଯ୍ୟାୟରେ 12,076 ଜଣଙ୍କୁ କୋଭିଡ ଟିକା ଦିଆଯିବା ପାଇଁ ଯୋଜନା ଥିବା ବେଳେ ଆସନ୍ତା 16 ତାରିଖରେ କୋରାପୁଟସ୍ଥିତ ମେଡିକାଲ କଲେଜ ହସ୍ପିଟାଲ ଓ ଗାନ୍ଧୀନଗର ଅର୍ବାନ ହସ୍ପିଟାଲ, ଜୟପୁରରେ ଥିବା ଜିଲ୍ଲା ଚିକିତ୍ସାଳୟ ତଥା ମାଥାଲପୁଟ ଓ ବୋରିଗୁମ୍ମା ସିଏଚସିରେ ଟୀକାକରଣ କରାଯିବ ।
ଟିକା ପୁନେରୁ ଭୁବନେଶ୍ବର ଆସିବା ପରେ କୋରାପୁଟ ଆଞ୍ଚଳିକ ଭ୍ୟାକ୍ସିନ ଷ୍ଟୋରର ସ୍ବତନ୍ତ୍ର ଗାଡିରେ କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ମାଲକାନଗିରି ଜିଲ୍ଲା ପାଇଁ ମଧ୍ୟ ଟିକା ଅଣାଯିବ ବୋଲି ଡାକ୍ତର ବେଉରା ସୂଚନା ଦେଇଛନ୍ତି । ଟିକାର ପାର୍ଶ୍ବବର୍ତ୍ତୀ ପ୍ରତିକ୍ରିୟାକୁ ସାମନା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ସେ କହିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ବପୂର୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଛି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ