ଓଡିଶା

odisha

ETV Bharat / state

କୋରୋନା ଚିନ୍ତାରେ ଫିକା ଚଇତି ପରବ - ଚଇତ ପରବ କୋରାପୁଟ

ଚଇତ ପର୍ବକୁ ଅନ୍ତରାୟ ସୃଷ୍ଟି କରିଛି ମହାମାରୀ କୋରୋନା । ବର୍ଷର ଏହି ସମୟଟି କୋରାପୁଟର ଆଦିବାସୀଙ୍କ ପାଇଁ ଏକ ମହାଆନନ୍ଦର ବେଳା ହୋଇଥିବା ବେଳେ ଆଜି ଗାଁର ପବିତ୍ର ନିଶାଣିମୁଣ୍ଡା ମଧ୍ୟ ନିରବ ହୋଇଯାଇଛି । ଅଧିକ ପଢନ୍ତୁ...

corona-lockdown-affected-chaita-festival-in-koraput
ଚଇତ ପରବକୁ ଫିକା କରିଦେଲା କୋରୋନା ଲକଡାଉନ

By

Published : Apr 7, 2020, 6:59 PM IST

କୋରାପୁଟ: ଦେହମୁଣ୍ଡରେ କଞ୍ଚା ପତ୍ରକୁ ବାନ୍ଧି ,ଗାଁ ପାଖ ଝରଣାରୁ କଙ୍କଡା ଧରି ପିଲାଏ ପାଳୁଛନ୍ତି ଆଦିବାସୀଙ୍କ ବଡ ଉତ୍ସବ ଚୈତ୍ର ପର୍ବ । ବର୍ଷର ଏହି ସମୟଟି କୋରାପୁଟର ଆଦିବାସୀଙ୍କ ପାଇଁ ଏକ ମହାଆନନ୍ଦର ବେଳା ହୋଇଥିବା ବେଳେ ଆଜି ଗାଁର ପବିତ୍ର ନିଶାଣିମୁଣ୍ଡା ମଧ୍ୟ ନିରବ ହୋଇଯାଇଛି ।

ଚଇତ ପରବକୁ ଫିକା କରିଦେଲା କୋରୋନା ଲକଡାଉନ

ଚୈତ୍ର ପର୍ବସମୟରେ ଘରେ ଘରେ ପୂଜା ପାର୍ବଣ ହୋଇ , ଦିନରାତି ଏକ କରିଦେଉଥିବା ସାଇଲୋଡି ନୃତ୍ୟରେ ଝୁମି ଉଠିବାର ପରମ୍ପରା ଥିବା ବେଳେ ପ୍ରଶାସନ ତରଫରୁ ଲଗାଯାଇଥିବା କୋରୋନା ଲକଡାଉନ ଯୋଗୁଁ ବାଜ ଟିଏବି ନବାଜୁଣୁ ଘରେ ନୀରବରେ ପୂଜା ଅନୁଷ୍ଠିତ ହୋଇଯାଇଛି । ବେଣ୍ଟ ଯାତ୍ରାରେ ଅସ୍ତ୍ର ଶସ୍ତ୍ର ସହିତ ସାମୁହିକ ଭାବେ ଜଙ୍ଗଲକୁ ଯିବା ଚୈତ୍ର ପରବର ମୁଖ୍ୟ ଆକର୍ଷଣ । କିନ୍ତୁ ତାହାବି ବାଧା ପ୍ରାପ୍ତ ହୋଇଥିବା ଯୋଗୁଁ ଯୁବଗୋଷ୍ଠୀକୁ ମାନସିକ ଭାବେ ଶକ୍ତ ଆଘାତ ଲାଗିଥିବା ପରଜା ସମାଜର ସଭାପତି ମଦନ କିରସାନି ଜଣାଇଛନ୍ତି । ତେବେ ଜିଲ୍ଲାରେ ସାମାଜିକ ଦୁରତ୍ବକୁ ବଳବତ୍ତର କରିଥିବା ଯୋଗୁଁ କୌଣସି ସାମୁହିକ ଉପସ୍ଥିତିରେ ପର୍ବ ପାଳନକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

ସୂଚନାଥାଉକି ପ୍ରତି ବର୍ଷ ଚୈତ୍ର ପର୍ବ ସମୟରେ କୋରାପୁଟର ଗାଁ ଗହଳି ଗୁଡିକ ଉତ୍ସବ ମୁଖର ହୋଇଉଠେ । ଆଦିବାସୀମାନେ ବେଣ୍ଟଯାତ୍ରାରେ ଯାଇ ଜଙ୍ଗଲକୁ ଯାଇ ପଶୁ ଶିକାର କରି ଶୋଭାଯାତ୍ରା ମଧ୍ୟମରେ ଆଣିଥାନ୍ତି । ଗ୍ରାମର ନିଶାଣିମୁଣ୍ଡାରେ ପୂଜାପାଠ କରିଥାନ୍ତି । ରାତିସାରା ବେଶ ଧୂମଧାମରେ ନାଚଗୀତର ଆସରରେ ମସଗୁଲ ହୋଇଥାନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details