ଓଡିଶା

odisha

ETV Bharat / state

କୋରୋନା ଭୟ: ବିଦେଶୀ ପର୍ଯ୍ୟଟକଙ୍କୁ ହୋଟେଲରୁ ବାହାରିବାକୁ ମନାକଲା ପ୍ରଶାସନ - କୋରୋନା ଆଲର୍ଟ

ଫ୍ରାନ୍ସରୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ସେ ରହିଥିବା ହୋଟେଲର କୋଠରୀରୁ ଗରୁବାର ପର୍ଯ୍ୟନ୍ତ ବାହାରକୁ ବାହାରିବା ପାଇଁ ବାରଣ କରିଛି କୋରୋପୁଟ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

କୋରୋନା ଭୟ: ବିଦେଶୀ ପର୍ଯ୍ୟଟକଙ୍କୁ ହୋଟେଲରୁ ବାହାରିବାକୁ ମନାକଲା ପ୍ରଶାସନ
କୋରୋନା ଭୟ: ବିଦେଶୀ ପର୍ଯ୍ୟଟକଙ୍କୁ ହୋଟେଲରୁ ବାହାରିବାକୁ ମନାକଲା ପ୍ରଶାସନ

By

Published : Mar 18, 2020, 3:15 PM IST

Updated : Mar 18, 2020, 3:24 PM IST

କୋରୋପୁଟ: କୋରୋନା ପାଇଁ ଚାରିଆଡେ ଭୟର ସ୍ଥିତି । ଫ୍ରାନ୍ସରୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ସେ ରହିଥିବା ହୋଟେଲରେ କୋଠରୀରୁ ଗରୁବାର ପର୍ଯ୍ୟନ୍ତ ବାହାରକୁ ବାହାରିବା ପାଇଁ ବାରଣ କରିଛି କୋରୋପୁଟ ଜିଲ୍ଲା ପ୍ରଶାସନ । ବୁଧବାର ସକାଳେ ଏହି ପର୍ଯ୍ୟଟକ ହୀରାଖଣ୍ଡ ଏକ୍ସପ୍ରେସ ଯୋଗେଁ କୋରାପୁଟ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ରେଳ ଷ୍ଟେସନରୁ ପ୍ରଥମେ ରେଳବାଇ ହସ୍ପିଟାଲ ଓ ତାପରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ପରୀକ୍ଷା କରିବା ପରେ ଛାଡି ଦେଇଥିଲେ ।

କୋରୋନା ଭୟ: ବିଦେଶୀ ପର୍ଯ୍ୟଟକଙ୍କୁ ହୋଟେଲରୁ ବାହାରିବାକୁ ମନାକଲା ପ୍ରଶାସନ

ଏହି ବିଦେଶୀ ପର୍ଯ୍ୟଟକ ଜଣକ ବୁଧବାର ସୁଦ୍ଧା ଭାରତକୁ ଆସିବାର 13 ଦିନ ପୁରି ଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଶରୀରରେ କରୋନା ଭୂତାଣୁ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଉନଥିଲେ ବି ଭାଇରସ ସଂକ୍ରମଣର ଅବଧି 14 ଦିନ ପୂର୍ତ୍ତୀ ହେବା ପର୍ଯ୍ୟନ୍ତ ତାଙ୍କୁ ନିଜ କୋଠରୀରେ ହିଁ ଆବଦ୍ଧ ହୋଇରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।

ଏହି ବିଦେଶୀ ପର୍ଯ୍ୟଟକ ଜଣକ ପୁରୀରୁ ଆସି ନିରାକାରପୁର ଷ୍ଟେସନରେ କୋରାପୁଟ ଅଭିମୁଖେ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା ଆରମ୍ଭ କରିଥିଲେ । ତେବେ ସେ ନିଜେ ଜଣେ ଡାକ୍ତର ଏବଂ ଭାରତରେ ପହଞ୍ଚିବା ପରଠାରୁ ସମସ୍ତ ଆବଶ୍ୟକୀୟ ପରୀକ୍ଷା କରାଇନେଇଥିବା ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Mar 18, 2020, 3:24 PM IST

ABOUT THE AUTHOR

...view details