ଓଡିଶା

odisha

ETV Bharat / state

କୋରାପୁଟରେ କୋରୋନା କଷ୍ଟ, ଆଖି ଆଗରେ ଉଜୁଡୁଛି ପନିପରିବା ଚାଷ - Corona crisis ruined the farmers vegetables at koraput

ଏକର ଏକର ଚାଷ ଜମିରେ ନଷ୍ଟ ହେଉଛି ପରିବା । କେଉଁଠି ଶାଗ ଗଛରେ ଫୁଲ ଧରିଲାଣି ତ ପୁଣି କେଉଁଠି ବାଇଗଣ, ଗଛରେ ରହି ପାଚିଗଲାଣି । ଟମାଟୋ ତ ମାଟିରେ ପଡି ପଚିଯାଉଛି । ଆଉ ଗେଣ୍ଡୁଫୁଲ ବି ଗଛରେ ରହି ଝଡିଗଲାଣି । ଲକ୍‌ଡାଉନ୍‌ ଲାଗି ଏପରି ଅବସ୍ଥାରେ ରହିଛି କୋରାପୁଟର ଚାଷ କ୍ଷେତ । ଅଧିକ ପଢନ୍ତୁ...

Corona crisis
କୋରାପୁଟରେ କୋରୋନା କଷ୍ଟ, ଆଖି ଆଗରେ ଉଜୁଡୁଛି ପନିପରିବା ଚାଷ

By

Published : Apr 6, 2020, 7:47 PM IST

କୋରାପୁଟ: ଏକର ଏକର ଚାଷ ଜମିରେ ନଷ୍ଟ ହେଉଛି ପରିବା । କେଉଁଠି ଶାଗ ଗଛରେ ଫୁଲ ଧରିଲାଣି ତ ପୁଣି କେଉଁଠି ବାଇଗଣ, ଗଛରେ ରହି ପାଚିଗଲାଣି । ଟମାଟୋ ତ ମାଟିରେ ପଡି ପଚିଯାଉଛି । ଆଉ ଗେଣ୍ଡୁଫୁଲ ବି ଗଛରେ ରହି ଝଡିଗଲାଣି । ଏ ହେଉଛି କୋରାପୁଟ ପିଣ୍ଡିକି ମାଳିଗୁଡାର ଏକର ଏକର ଧରି ବିଭିନ୍ନ ପନିପରିବା ଚାଷ ହୋଇଥିବା ଚାଷ ଜମିର କଥା । କୋରୋନା ମୁକାବିଲା ଲାଗି ସାରା ଦେଶ ଲକ୍‌ଡାଉନ୍‌ ହୋଇଥିବାବେଳେ କୋରାପୁଟରେ ବଜାର ମାତ୍ର 4 ଘଣ୍ଟା ଖୋଲୁଛି । ସେପଟେ ଗାଡିମୋଟର ଚାଲୁନଥିବାରୁ ପରିବାଗୁଡିକୁ ବଜାରରେ ପହଞ୍ଚାଇବାକୁ ନାକେଦମ୍‌ ହେବାକୁ ପଡୁଛି ।

କୋରାପୁଟରେ କୋରୋନା କଷ୍ଟ, ଆଖି ଆଗରେ ଉଜୁଡୁଛି ପନିପରିବା ଚାଷ

ସେଥିରେ ପୁଣି ପ୍ରଶାସନର କଟକଣା ମାନିବାକୁ ପଡୁଥିବାରୁ ପରିବାକୁ ଦରଅଦରରେ ବିକ୍ରି କରୁଛି ଚାଷୀ । ଆଉ ଯାହା ବିକ୍ରି ନହେଉଛି ବୋହିନେବା ଅପେକ୍ଷା ସେଠାରେ ହିଁ ଫିଙ୍ଗିଦେଉଥିବା ଦେଖିବାକୁ ମିଳୁଛି । ଖାଲି ପନିପରିବା ନୁହେଁ, ଫଳ ବ୍ୟବସାୟୀଙ୍କର ବି ସମାନ ସ୍ଥିତି । ସେଓ, ଅଙ୍ଗୁର, ବେଦନା ଆଦି ଫଳ ବିକ୍ରି ହୋଇନପାରି ପଚିଯାଉଛି ।

ତେବେ ଦିନକୁ ଦିନ କୋରାପୁଟରେ ପନିପରିବା ଚାଷ ବଢୁଥିବାବେଳେ ପୂର୍ବରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଭୁବନେଶ୍ବର ଓ ବ୍ରହ୍ମପୁରରୁ ବ୍ୟବସାୟୀ ମାନେ ଆସି ପରିବା ନେଇଯାଆନ୍ତି । ହେଲେ ଲକ୍‌ଡାଉନ୍‌ ଲାଗି ଏସବୁ ରପ୍ତାନୀ ହୋଇପାରୁନାହିଁ । ଫଳରେ ଏଦୃଶ୍ୟ ଦେଖିବାକୁ ମିଳୁଛି ବୋଲି କୁହାଯାଉଛି ।

ସେପଟେ ଚାଷୀଙ୍କ ଅଭାବୀ ବିକ୍ରିକୁ କିଛି ମାତ୍ରାରେ କମ୍‌ କରିବା ଉଦ୍ଦେଶ୍ୟରେ ମହିଳା ଉତ୍ପାଦକ ଦଳ ଗୁଡିକ ମାଧ୍ୟମରେ ଘର ଘର ବୁଲି ପନିପରିବା ବିକ୍ରି କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ସହଯୋଗ କରାଯାଉଥିବା କହିଛନ୍ତି ଓରମାସର ଜିଲ୍ଲା ଅଧିକାରୀ ରୋଶନ କାର୍ତିକ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details