ଓଡିଶା

odisha

ମିଳୁଛି ପ୍ରତିଶୃତି, ମିଳୁନି ଦରମା: ଆନ୍ଦୋଳନରେ ହସ୍ପିଟାଲର ଠିକା କର୍ମଚାରୀ

By

Published : Dec 11, 2019, 6:44 PM IST

ଚାରିମାସ ହେଲା ଠିକା କର୍ମଚାରୀଙ୍କୁ ମିଳିନାହିଁ ଦରମା । ମିଳୁଛି କେବଳ ପ୍ରତିଶ୍ରୁତି । ଏଭଳି ବ୍ୟାପକ ଅବ୍ୟବସ୍ଥା ଭିତରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲର ଠିକା କର୍ମଚାରୀ। ଅଧିକ ଖବର ପଢନ୍ତୁ...

_contractual staff
ମିଳୁଛି ପ୍ରତିଶୃତି ମିଳୁନି ଦରମା, ଆନ୍ଦୋଳନରେ ଠିକା କର୍ମଚାରୀ

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା । ଠିକା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ରହିଥିବାବେଳେ ସେମାନଙ୍କୁ ଅଣଦେଖା କରାଯାଉଛି । ଯାହାକୁ ନେଇ ବାରମ୍ବାର ଆନ୍ଦୋଳନ କଲେ ବି ଫଳଶୂନ ।

ମିଳୁଛି ପ୍ରତିଶୃତି ମିଳୁନି ଦରମା, ଆନ୍ଦୋଳନରେ ଠିକା କର୍ମଚାରୀ

ଦୀର୍ଘ ଚାରିମାସ ହେଲା ଠିକା କର୍ମଚାରୀଙ୍କୁ ଦରମା ମିଳିନାହିଁ । ମିଳୁଛି କେବଳ ପ୍ରତିଶ୍ରୁତି । ତେବେ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ଏପରି ଅଣଦେଖାକୁ ବିରୋଧ କରି ଆଜି ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ 254 ଜଣ ସିକ୍ୟୁରିଟି ଗାର୍ଡ, ସଫେଇ କର୍ମଚାରୀ, ଆଟେଣ୍ଡେଣ୍ଟ ଓ ଡ୍ରାଇଭର ହସ୍ପିଟାଲ ସାମନାରେ ଧାରଣାରେ ବସିଛନ୍ତି ।

ଗତ କିଛିଦିନ ପୂର୍ବେ ସେମାନେ ଅନୁରୂପ ଭାବେ ଆନ୍ଦୋଳନ କରୁଥିବା ସମୟରେ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ଠିକା ସଂସ୍ଥା ସହ କଥାବାର୍ତ୍ତା କରି ସେମାନଙ୍କ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ବନ୍ଦ କରିଦିଆଯାଇଥିଲା ।

କିନ୍ତୁ ବକେୟା ଦରମା ସମ୍ପୂର୍ଣ ଭାବେ ନମିଳିବା ସହ ବର୍ଦ୍ଧିତ ଦରମା ଲାଗୁ ନହେବା ଯୋଗୁଁ ଠିକା କର୍ମଚାରୀ ମାନେ ପୁଣିଥରେ ଆନ୍ଦୋଳନ ଆରମ୍ଭ କରିଥିବା ଜଣାଇଛନ୍ତି । ସମସ୍ତ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ଆଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଥିବା ସୁରଭି ସୁଷମା ଜଣାଇଛନ୍ତି ।


କୋରାପୁଟରୁ ସିଏଚ୍.ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details