ଓଡିଶା

odisha

ETV Bharat / state

କୋରାପୁଟରେ ଦୁର୍ଗାଶଙ୍କର ସାହୁଙ୍କୁ ଭବ୍ୟ ସ୍ବାଗତ - ମିନାକ୍ଷୀ ବାହିନୀପତି

ସ୍ବାଗତ ସମ୍ବର୍ଦ୍ଧନା ପରେ ଜିଲ୍ଲା ସଭାପତି ଦୁର୍ଗାଶଙ୍କର ସାହୁ କହିଛନ୍ତି ଯେ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ କଂଗ୍ରେସ କର୍ମୀ ମାନେ ଅଛନ୍ତି । କଂଗ୍ରେସକୁ ଭଲ ପାଉଥିବା କର୍ମୀ ବି ଅଛନ୍ତି । ଆଉ କିଛି କର୍ମୀ କଂଗ୍ରେସରେ କାମ କରିବା ପାଇଁ ଇଚ୍ଛା କରିଛନ୍ତି । ସେମାନଙ୍କୁ ଏକାଠି କରିବା ସହିତ ରାହୁଲ ଗାନ୍ଧୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ କାମ କରିବୁ । ଅଧିକ ପଢନ୍ତୁ

କୋରାପୁଟରେ ଦୁର୍ଗା ଶଙ୍କର ସାହୁଙ୍କୁ ଭବ୍ୟ ସ୍ବାଗତ
କୋରାପୁଟରେ ଦୁର୍ଗା ଶଙ୍କର ସାହୁଙ୍କୁ ଭବ୍ୟ ସ୍ବାଗତ

By

Published : Jun 10, 2023, 9:56 PM IST

କୋରାପୁଟରେ ଦୁର୍ଗା ଶଙ୍କର ସାହୁଙ୍କୁ ଭବ୍ୟ ସ୍ବାଗତ

କୋରାପୁଟ: କୋରାପୁଟରେ ଦୁର୍ଗା ଶଙ୍କର ସାହୁଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ନୂଆ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେବା ପରେ ଆଜି ଭୁବନେଶ୍ବରରୁ ଟ୍ରେନ ଯୋଗେ କୋରାପୁଟରେ ପହଞ୍ଚିଛନ୍ତି ଜିଲ୍ଲା ସଭାପତି ଦୁର୍ଗା ଶଙ୍କର ସାହୁ । କୋରାପୁଟ ରେଳ ଷ୍ଟେସନରେ ପହଞ୍ଚିବା ପରେ ନୂଆ ଜିଲ୍ଲା ସଭାପତିଙ୍କୁ ଦଳୀୟ ନେତା କର୍ମୀ ଯୋରଦାର ସ୍ବାଗତ କରିଥିଲେ ।

ଏହାବି ପଢନ୍ତୁ- Koraput Congress President: ହଟିଲେ ମୀନାକ୍ଷୀ, ଆସିଲେ ଦୁର୍ଗାଶଙ୍କର

ସ୍ବାଗତ ସମ୍ବର୍ଦ୍ଧନା ପରେ ଜିଲ୍ଲା ସଭାପତି ଦୁର୍ଗାଶଙ୍କର ସାହୁ କହିଛନ୍ତି କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ କଂଗ୍ରେସ କର୍ମୀ ମାନେ ଅଛନ୍ତି । କଂଗ୍ରେସକୁ ଭଲ ପାଉଥିବା କର୍ମୀ ବି ଅଛନ୍ତି । ଆଉ କିଛି କର୍ମୀ କଂଗ୍ରେସରେ କାମ କରିବା ପାଇଁ ଇଚ୍ଛା କରିଛନ୍ତି । ସେମାନଙ୍କୁ ଏକାଠି କରିବା ସହିତ ରାହୁଲ ଗାନ୍ଧୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସମସ୍ତ କଂଗ୍ରେସ କର୍ମୀ ଙ୍କୁ ପ୍ରସ୍ତୁତ ଅଛନ୍ତି । ଆମେ ଦଳୀୟ ସଂଗଠନର ସୁଦୃଢ କରିବା ପାଇଁ କାମ କରିବୁ। ଆଗାମୀ ସାଧାରଣ ନିର୍ବାଚନ ରେ କୋରାପୁଟ ଜିଲ୍ଲାର 5 ଟି ନିର୍ବାଚନ ମଣ୍ଡଳୀ କଂଗ୍ରେସ ହାତେଇବ ବୋଲି ସଭାପତି ଦୁର୍ଗା ଶଙ୍କର ସାହୁ କହିଛନ୍ତି l

ସେହିପରି ପୂର୍ବତନ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ସହିତ ତାଙ୍କର କୌଣସି ମତାନ୍ତର ନାହିଁ। ଭବିଷ୍ୟତରେ ବି ତାଙ୍କ ସହ ମିଶି କଂଗ୍ରେସର ସ୍ଥିତିକୁ ସୁଦୃଢ ପାଇଁ କାମ କରିବୁ ବୋଲି କହିଛନ୍ତି । ସେ ଜିଲ୍ଲା କଂଗ୍ରେସ ସଭାପତି ହେବା ପାଇଁ ଲାଳାୟିତ ନଥିଲେ । କିମ୍ବା ଏହି ପଦବୀ ପାଇବା ପାଇଁ କାହାପାଖରେ ଗୁହାରି କରିନାହାଁନ୍ତି । ତେବେ ଦଳ ତାଙ୍କ ଉପରେ ଭରସା କରି ଯେଉଁ ଗୁରୁ ଦାୟିତ୍ବ ଦେଇଛି ତାକୁ ଚରିତାର୍ଥ କରିବା ପାଇଁ ସମସ୍ତଙ୍କୁ ସାଥିରେ ନେଇ କାମ କରିବେ ବୋଲି ଦୁର୍ଗା ଶଙ୍କର ପ୍ରତିଶ୍ରୁତି ଦେଇଛନ୍ତି । ଓଡିଶାର ଏକମାତ୍ର କଂଗ୍ରେସ ସାଂସଦ ତଥା କୋରାପୁଟର ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ବରେ କଂଗ୍ରେସର ବିଜୟ ଯାତ୍ରା ଆଗକୁ ବଢିବ ବୋଲି କହିଛନ୍ତି ।

ଅନ୍ୟପଟେ ସାଂସଦ ଦିଲ୍ଲୀର ଲଡୁ ଖାଇ କୋରାପୁଟରେ କଂଗ୍ରେସକୁ ନିପାତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଦାୟୀ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି। କର୍ମୀମାନଙ୍କ ପରାମର୍ଶ ଓ ନିଷ୍ପତିକୁ ନେଇ ବିଚାର ନକରି ଦଳ ଏକପାଖିଆ ଭାବେ ନିଷ୍ପତି ନେଇଛି ବୋଲି ଅଭିଯୋଗ କରିଛନ୍ତି । ଦଳୀୟ ସମର୍ଥକ ଓ କର୍ମୀଙ୍କ ସହ ଆଲୋଚନା ପରେ ଭବିଷ୍ୟତ ପଦକ୍ଷେପ ଗ୍ରହଣ କରିବେ ବୋଲି ମୀନାକ୍ଷୀ କହିଛନ୍ତି । ମୀନାକ୍ଷୀ କହିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଦୀର୍ଘ ଦିନଧରି ସଭାପତି ପରିବର୍ତ୍ତନ ପାଇଁ ଉଦ୍ୟମ କରି ଆସୁଥିବା ବେଳେ ସେ ମଧ୍ୟ ତାଙ୍କରି ସଭାପତିତ୍ବ ସମୟରେ ବିଜୟ ହାସଲ କରିଥିବା କହିଛନ୍ତି ।

ମୀନାକ୍ଷୀ ଆହୁରି କହିଛନ୍ତି ଅତୀତରେ ଜିଲ୍ଲାର ୫ ଟି ବିଧାନସଭା ଆସନରୁ ୪ ଟି ବିଧାୟକ ନିର୍ବାଚିତ ହୋଇ ଆସିଥିଲେ । ଗତ ସାଧାରଣ ନିର୍ବାଚନରେ ଜୟପୁରରୁ ବିଧାୟକ ତାରା ବାହିନୀପତି ଓ କୋରାପୁଟ ଲୋକସଭାରୁ ସାଂସଦ ଭାବେ ଉଲାକା ନିର୍ବାଚିତ ହୋଇଛନ୍ତି । ଜୟପୁର ପୌରପରିଷଦ କଂଗ୍ରେସ ହାତେଇଛି । ଏହାସତ୍ବେ ଯଦି ଦଳ ତାଙ୍କୁ ହଟାଇ ଆଗକୁ ଯାଇ ଶକ୍ତିଶାଳୀ ହୋଇପାରିବ ବୋଲି ଭାବୁଛନ୍ତି ସେଥିରେ ତାଙ୍କର କିଛି କହିବାର ନାହିଁ ।

ଜିଲ୍ଲା କଂଗ୍ରେସ ସଭାପତି ପରିବର୍ତ୍ତନକୁ ନେଇ ବିଜେପି ମଧ୍ୟ ମୁହଁ ଖୋଲିଛି । ଦଳୀୟ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି କଂଗ୍ରେସ ଓ ବିଜେଡି ର ଅନ୍ତର୍ଦ୍ବନ୍ଦରୁ କୌଣସି ଫାଇଦା ନେବାର ଚିନ୍ତା କରୁନାହିଁ । ବିଜେପି ନିଜସ୍ବ ଉଦ୍ୟମରେ ସକାରାତ୍ମକ ନିର୍ବାଚନ ଲଢେଇ କରିବ ବୋଲି କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details