ଓଡିଶା

odisha

By ETV Bharat Odisha Team

Published : Nov 26, 2023, 1:45 PM IST

ETV Bharat / state

ସଭାମଞ୍ଚରେ ତାରାଙ୍କ ଉଠାଇଲେ ମୁଖ୍ୟମନ୍ତ୍ରୀଙ୍କ ନାଁ: 'ଭାଲୁ ଥରେ କହିଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରନ୍ତି'

ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ! ଯାହାକୁ ନେଇ ତାରା ବାହିନୀପତିଙ୍କ ବିଜେଡି ମୁହାଁ ଚର୍ଚ୍ଚା ଜୋର ଧରିଥିବା ବେଳେ ସେଥିରେ ବିରାମ ଲଗାଇଛନ୍ତି ଖୋଦ ଜୟପୁର ବିଧାୟକ । ଅଧିକ ପଢନ୍ତୁ

ସଭାମଞ୍ଚରେ ତାରାପ୍ରସାଦ ଉଠାଇଲେ ମୁଖ୍ୟମନ୍ତ୍ରୀଙ୍କ ନାଁ
ସଭାମଞ୍ଚରେ ତାରାପ୍ରସାଦ ଉଠାଇଲେ ମୁଖ୍ୟମନ୍ତ୍ରୀଙ୍କ ନାଁ

ସଭାମଞ୍ଚରେ ତାରା ଉଠାଇଲେ ମୁଖ୍ୟମନ୍ତ୍ରୀଙ୍କ ନାଁ

କୋରାପୁଟ: 'ଭାଲୁ ବାହିନୀପତି ଥରେ କହିଲେ ମୁଖ୍ୟମନ୍ତ୍ରୀ ତାକୁ କାର୍ଯ୍ୟକାରୀ କରିଦିଅନ୍ତି' । ଏଭଳି କିଛି ଢଙ୍ଗରେ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଯାହାକୁ ନେଇ ତାରାବାହିନୀ ପତିଙ୍କ ବିଜେଡି ମୁହାଁ ଚର୍ଚ୍ଚା ଜୋର ଧରିଥିବା ବେଳେ ସେଥିରେ ବିରାମ ଲଗାଇଛନ୍ତି ଖୋଦ ଜୟପୁର ବିଧାୟକ ।

ଶନିବାର ଦିନ ଆୟୋଜିତ ଜାତୀୟ ଲୋକ ମହୋତ୍ସବ 'ପରବ' ଉଦ୍ଘାଟନୀ ସମାରୋହରେ ଯୋଗଦେଇ ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଥିଲେ, "ଭାଲୁ ବାହିନୀପତି ଥରେ କହିଲେ ମୁଖ୍ୟମନ୍ତ୍ରୀ ତାକୁ କାର୍ଯ୍ୟକାରୀ କରିଦିଅନ୍ତି । ଜୟପୁର ସ୍ଥିତ ବିକ୍ରମ ଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ହେଉ ବା ଜୟପୁରର ଜଗନ୍ନାଥ ସାଗର ଓ କୋଟପାଡର ଦମୟନ୍ତି ସାଗର ହେଉ ସେ ମୁଖ୍ୟମନ୍ତ୍ରୀଙ୍କୁ ଥରେ ଅନୁରୋଧ କରିବା ପରେ ମୁଖ୍ୟମନ୍ତ୍ରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିଦେଲେ ଏବଂ ଜଗନ୍ନାଥ ସାଗର ଓ ଦମୟନ୍ତି ସାଗରର ପୁନରୁଦ୍ଧାର ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।"

ତେବେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହିବା ପରେ କୋରାପୁଟ ରାଜନୀତି ବେଶ ସରଗରମ ହୋଇଯାଇଥିଲା । ତାରାପ୍ରସାଦ ହାତ ଛାଡି ଶଙ୍ଖ ମୁହାଁ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତାଙ୍କର ଏଭଳି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସମ୍ଭାବ୍ୟ ଦଳ ପରିବର୍ତ୍ତନକୁ ସଙ୍କେତ ବୋଲି ଅନେକ ଚର୍ଚ୍ଚା କରୁଥିବା ବେଳେ ଏଥିରେ ବିରାମ ଲଗାଇଛନ୍ତି ଖୋଦ ତାରାପ୍ରସାଦ ବାହିନୀପତି । ତେବେ ନିଜ ଅଞ୍ଚଳର ବିକାଶ ପାଇଁ ରାଜନୀତିରୁ ଉର୍ଦ୍ଧ୍ବରେ ରହି ଜିଲ୍ଲାପାଳ, ସିଡିଓ ଓ ବିଡ଼ିଓଙ୍କ ସହ ସହଯୋଗ କରି ସାମଗ୍ରିକ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ..ଆଜିଠୁ ଦୁଇ ଦିନିଆ ଓଡିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ବୋଇତ ବନ୍ଦାଣ ଉତ୍ସବରେ ହେବେ ସାମିଲ

ତେବେ ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ରାଜ୍ୟରେ ରାଜନୈତିକ ଉଷ୍ମତା ଭରି ରହିଛି । ଏହାମଧ୍ୟରେ ବାହିନୀପତିଙ୍କ ଏଭଳି ବୟାନ କିଛି ସମୟ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ତେବେ କୋରାପୁଟରେ ଆୟୋଜିତ ୨୬ତମ ଜାତୀୟ ଆଦିବାସୀ ଲୋକ ମହୋତ୍ସବ 'ପରବ' ଶନିବାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ସପ୍ତଗିରି ଉଲାକା, କୋରାପୁଟ ବିଧାୟକ ରଘୁରାମ ପଡାଲ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନଙ୍କ ସମେତ ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ l


ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details